ଲକ୍ଷ୍ମଣଙ୍କ ଗୁରୁତର ଅଭିଯୋଗ : ଚୋରା ଲୁହା ପଥର କାରବାରରେ ଲିପ୍ତ ଥିଲେ ପାଣ୍ଡିଆନ !!!!

0

ମୟୂରଭଞ୍ଜ( Dillip Mohanty): ଏବେ ଯିଏ ଦଳ ଛାଡିଲେ ସିଏ ପାଣ୍ଡିଆନଙ୍କୁ ଟାର୍ଗେଟ କରୁଛନ୍ତି | ସିଏ ଧାନ ହେଉ କି ଅଗାଡି | ଅଭିଯୋଗ କେତେ ସତ ଆଉ କେତେ ମିଛ ତାହା ସେମାନଙ୍କୁ ଜଣା | ହେଲେ ଶ୍ରୀ ପାଣ୍ଡିଆନ ଏବେ ପାଲଟି ଯାଇଛନ୍ତ ଦଳର ଅସନ୍ତୁଷ୍ଠ ନେତାଙ୍କ ପାଇଁ ସଫ୍ଟ ଟାର୍ଗେଟ | ଆଉ ଏବେ ପାଣ୍ଡିଆନଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଦଳ ଛାଡି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରେ ଯୋଗ ଦେଇଥିବା ଲକ୍ଷ୍ମଣ ଟୁଡୁ | ତାଙ୍କ ଅଭିଯୋଗ ହେଲା  ପାଣ୍ଡିଆନଙ୍କ ଦୁର୍ନୀତିର ଗୁମର ଖୋଲିଲେ ମୟୂରଭଞ୍ଜର ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ । ସେ ଆଜି ଅଭିଯୋଗ କରିଛନ୍ତି  ଯେ  ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ ଲୁହାପଥର ଚୋରା ଚାଲାଣରେ ସମ୍ପୃକ୍ତ ଥିଲେ । ଆଉ ସେ ମୟୁରଭଞ୍ଜ ଜିଲ୍ଲାପାଳ ଭାବେ ଅବସ୍ଥାପିତ ହୋଇଥିବା ବେଳେ ଏହି ଦୁର୍ନୀତିରେ ଲିପ୍ତ ରହିଥିଲେ | ତାଙ୍କ ସେଯାହା ଏହି ଦୁର୍ନୀତିରେ ଲିପ୍ତ ଥିଲେ ତତ୍କାଳୀନ ଜେଏମଏମ ନେତା ତଥା ଏବର ବିଜେଡି ବିଧାୟକ ସୁଦାମ ମାରାଣ୍ଡି | ପାଣ୍ଡିଆନ ବାଙ୍ଗିରୀପୋଷି ବିଧାୟକ ସୁଦାମ ମାରାଣ୍ଡିଙ୍କ ସହ ମିଶି ଲୁହାପଥର ଚୋରା ଚାଲାଣରେ ଲିପ୍ତ ଥିବା କଥା କହିଛନ୍ତି ଲକ୍ଷ୍ମଣ । ଆଉ ସେତେବେଳର ସେଇ ଅସାଧୁ ସମ୍ପର୍କ କାରଣରୁ ଶ୍ରୀ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେବା ପରେ ସୁଦାମଙ୍କୁ ବିଜେଡିରେ  ପ୍ରବେଶ କରାଇଥିବା ନେଇ ଅଭିଯୋଗ କରିଛନ୍ତି ଲକ୍ଷ୍ମଣ ଟୁଡୁ । ସେତେବେଳେ ତାଙ୍କ କଥାକୁ ଅଣ ଦେଖା କରାଯାଇଥିବା ସେ କହିଛନ୍ତି । ସାଧାରଣ ଜନତାଙ୍କ ପ୍ରତି ଅବହେଳା , ଆଦିବାସୀଙ୍କ ସମାସ୍ୟକୁ ବିଜେଡି କିମ୍ବା ବିଜେପି କେହିବି ବୁଝିବାକୁ ନାରାଜ ହେବାରୁ ସେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାରେ ଯୋଗଦାନ କରିଥିବା କଥା କହିଛନ୍ତି। ଆଗାମୀ ଦିନରେ ମୟୂରଭଞ୍ଜର ବିକାଶ ପାଇଁ ମୁଁହ ଖୋଲିବେ ଏବଂ ବିରୋଧୀଙ୍କ ସାମ୍ନାରେ ଛାତି ଦେଖେଇ ଲଢେ଼ଇ କରିବାର ପ୍ରତିଶୃତି ଦେଲେ ଲକ୍ଷ୍ମଣ ଟୁଡୁ ।ଏ ସମ୍ପର୍କରେ ସୁଦାମ ମାରାଣ୍ଡିଙ୍କୁ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଇଥିଲେ ବି ତାହା ସମ୍ଭବ ହୋଇନାହିଁ |

Leave A Reply

Your email address will not be published.