ନୂଆ ଓ ଯୁବ ଓଡିଶା ,ନବୀନ ଓଡିଶା କ୍ରୀଡା ପ୍ରତିଯୋଗିତା

0 2

ଜଗତସିଂହପୁର,ତା – ୦୫.୧୧.୨୦୨୩ ସୁମନ୍ତ କୁମାର ଦାସ: ଓଡ଼ିଶା ସରକାରଙ୍କ ନୂଆ ଓ ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଆରମ୍ଭ ହେବାକୁ ଯାଉଛି ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଯେଉଁ ଥିରେ ରହିଛି କ୍ରିକେଟ, ହକି, ଫୁଟବଲ୍, କବାଡ଼ି, ଖୋ-ଖୋ ଏବଂ ଭଲିବଲ୍। ଏହି ପ୍ରତିଯୋଗିତା ପ୍ରତି ବ୍ଲକ, ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌର ପରିଷଦ ତଥା ମହାନଗର ନିଗମ ସ୍ତରରେ ଆୟୋଜିତ ହେବ।15 ରୁ 35 ବର୍ଷ ବୟସର ଉଭୟ ପୁରୁଷ ଓ ମହିଳା ଏଥିରେ ଭାଗ ନେଇପାରିବେ। ପ୍ରତିଯୋଗିତାରେ ଜଣେ ବ୍ୟକ୍ତି କେବଳ ନିଜ ଅଞ୍ଚଳ ରୁ ହିଁ ଆବେଦନ କରିପାରିବ ।ପଞ୍ଜିକରଣ ପାଇଁ ଅନଲାଇନ ମାଧ୍ୟମରେ 5 ନଭେମ୍ବର ରୁ 20 ନଭେମ୍ବର 2023 ପର୍ଯ୍ୟନ୍ତ ଆବେଦନ କରିପାରିବେ। ଏଥିପାଇଁ https://sports.odisha.gov.in ୱେବସାଇଟ ରେ ଯାଇ ନିର୍ଦ୍ଧାରିତ ଅନଲାଇନ ଫର୍ମ ରେ ସମସ୍ତ ସୂଚନା ପୂରଣ କରିବାକୁ ପଡିବ। ଜଣେ ବ୍ୟକ୍ତି ଏକାଧିକ କ୍ରୀଡା ଶୃଙ୍ଖଳା ରେ ଅଂଶଗ୍ରହଣ ପାଇଁ ଆବେଦନ କରିପାରିବେ। ବିଜୟୀ ଦଳମାନଙ୍କୁ ସରକାରଙ୍କ ତରଫରୁ ପୁରସ୍କୃତ କରାଯିବ। ଏହି ପରିପ୍ରେକ୍ଷୀରେ ସରକାରଙ୍କ ବାର୍ତ୍ତା ‘କ୍ରୀଡା ପାଇଁ ଯୁବଗୋଷ୍ଠୀ, ଭବିଷ୍ୟତ ପାଇଁ ବଡ଼ ଶକ୍ତି ‘ ରହିଛି।ଜଗତସିଂହପୁର ଜିଲ୍ଲା ର ଇଛୁକ ୧୫ ରୁ ୩୫ ବର୍ଷ ବୟସ ର ଉଭୟ ପୁରୁଷ ଓ ମହିଳା କ୍ରୀଡାବିତ୍ ମାନେ ଏଥିପାଇଁ ଆବେଦନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଉଛି।

Leave A Reply

Your email address will not be published.