ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ବଡରାଧାକାନ୍ତ ମଠ ପ୍ରାଙ୍ଗଣରେ ରବିବାର ଦିନ ବ୍ରାହ୍ମଣ ଦେବତା ମାନଙ୍କର ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ବୈଠକରେ ବହୁ ଶାନ୍ତି ପୂର୍ଣ୍ଣ ପରିବେଶରେ ଆରମ୍ଭ ହୋଇଥିଲା। ଏଥିରେ ପାରଳାଖେମୁଣ୍ଡି ସହରର ୩୦ ଜଣ ବ୍ରାହ୍ମଣ ଦେବ ଉପସ୍ଥିତ ରହି ବୈଠକକୁ ସାଫଲ୍ୟ ମଣ୍ଡିତ କରିଥିଲେ।
ବୈଠକରେ ସମସ୍ତଙ୍କୁ ନିଜର ମତ ପରିପ୍ରକାଶ କରିବା ପାଇଁ ସୁଯୋଗ ଦିଆଯାଇଥିଲା। ସମସ୍ତେ ନିଜ ନିଜର ମତାମତ ପରିପ୍ରକାଶ କରି ବୈଠକର ଆଗ୍ରହ କୁ ବଢ଼ାଇଥିଲେ। ବିଭିନ୍ନ ସ୍ବାଗତ ଯୋଗ୍ୟ ମତ ଏବଂ ପ୍ରସ୍ତାବ ଆସିଲା। ତନ୍ମଧ୍ୟରୁ ଏକ ସାଧାରଣ ମତ ଥିଲା “ସଂଗଠନ କୁ ସୁଦୃଢ଼ୀକରଣ”। ଆମ ପାରଳା ପ୍ରଦେଶରେ ପ୍ରତ୍ୟେକ ବ୍ରାହ୍ମଣ ପରିବାର କୁ ଯେପରି ଅନ୍ତର୍ଭୁକ୍ତ କରାଯିବ ସେଥି ପ୍ରତି ପ୍ରାଧାନ୍ୟ ଦେବା ପାଇଁ ଆଲୋଚନା ଓ ପର୍ଯ୍ୟଲୋଚନା ଚାଲିଲା।
ପରିଶେଷରେ ସମସ୍ତଙ୍କ ସହମତି କ୍ରମେ ପ୍ରତ୍ୟେକ ୱାର୍ଡରେ କିଛି ବ୍ୟକ୍ତିଙ୍କୁ ଦାୟିତ୍ଵ ଦେବା ପାଇଁ ସ୍ଥିର ହେଲା। ସେହି ବ୍ୟକ୍ତି ବିଶେଷ ମାନେ ନିଜ ନିଜ ୱାର୍ଡର ପ୍ରତ୍ୟେକ ସାହି ରେ ଥିବା ବ୍ରାହ୍ମଣ ପରିବାର ଙ୍କ ସହ ଯୋଗାଯୋଗ କରି ବ୍ରାହ୍ମଣ ସମାଜ ବିଷୟରେ ଜଣାଇ ସେମାନଙ୍କ ନାମ ଓ ଠିକଣା ସଂଗ୍ରହ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା।
ପୂର୍ବ ବୈଠକ ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ମାସର ପ୍ରଥମ ରବିବାର ଦିବା ୧୦.୦୦ ଘଣ୍ଟିକା ସମୟରେ ବୈଠକ କରିବା ପାଇଁ ସ୍ଥିର ହେଲା। ଏହା ସହିତ ଚଳିତ ପବିତ୍ର କାର୍ତ୍ତିକ ମାସର ତୃତୀୟା ରବିବାର ଦିନ ଗୋଟିଏ ବୈଠକ କରାଯିବା ପାଇଁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଅଛି। ଏହି ବୈଠକରେ ସଭ୍ୟ ସଂଗ୍ରହ କରି ବ୍ରାହ୍ମଣ ଭୋଜନ ସକାଶେ ଆଜିର ବୈଠକ ରେ ନିଷ୍ପତି ହୋଇଛି। ଆଜିର ବୈଠକରେ ଉପସ୍ଥିତ ବସନ୍ତ କୁମାର ପଣ୍ଡା , ରାଜେନ୍ଦ୍ର ରଥ , ଅମୂଲ୍ୟ ପାଣିଗ୍ରାହୀ , ଅଭିମନ୍ୟୁ ପଣ୍ଡା , ମନୋଜ ଦାସ , ଅସ୍ମୀନି ପାଢି , ପ୍ରଦୀପ କୁମାର ପାଢୀ , ଲିଙ୍ଗରାଜ ମହାପାତ୍ର ଅଶୋକ ଦାସ , ରମେଶ ଚନ୍ଦ୍ର ହୋତା , ଉମେଶ ରଥ , ଲୋକନାଥ ମିଶ୍ର , ରବିନାରାୟଣ ଦାସ , ପଞ୍ଚାନନ ପଣ୍ଡା , ଗଜେନ୍ଦ୍ର ପଣ୍ଡା , ବିଷ୍ଣୁ ପଣ୍ଡା , ଦୀପକ ମହାନ୍ତି , ଶଙ୍କର ପ୍ରସାଦ ବକ୍ସି , ତ୍ରିପତି ପାଣିଗ୍ରାହୀ ପ୍ରମୁଖ ବ୍ରାହ୍ମଣ ଦେବତା ଉପସ୍ଥିତ ରହି ବୈଠକଟି ସୁଚାରୁରୂପେ ଚଳାଇବା କରିବା ସହିତ ଆଗାମୀ ବୈଠକ ପାଇଁ ସୁଚିନ୍ତିତ ମତାମତ ରଖିଛନ୍ତି।
Sign in
Sign in
Recover your password.
A password will be e-mailed to you.