ଭୁଶୁଡ଼ି ଗଲା ଇନ୍ଦିରା ଆବାସ ଛାତ,ଅଳ୍ପକେ ବର୍ତ୍ତିଲେ ଯୁବକ ଓ ନାବାଳକ ।

0 2

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡ଼ା ଜିଲ୍ଲା ସଦରମହକୁମା ଜେମାଦେଇ ପେଣ୍ଠ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ମାଲା ସାହିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ।  ସୁଚନା ଏହା କି ଯେ ୧୯୯୫ ମସିହାରେ ଜେମା ଦେଇ ପେଣ୍ଠ ଗ୍ରାମ ମାଲା ସାହିରେ ନିଆଁ ଲାଗି ପ୍ରାୟ ୮୫ ବଖରା ଘର ଧ୍ବଂସ ହୋଇଥିଲା, ତତ୍କାଳୀନ ଜାତି ଓ ଜନଜାତି ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକା ଉକ୍ତ  ପରିବାର ମାନଙ୍କୁ ଇନ୍ଦିରା ଆବାସ ଯୋଗାଇ ଦେଇଥିଲେ  ପ୍ରାୟ 26 ବର୍ଷ ପୂର୍ତ୍ତି ପରେ ବର୍ତ୍ତମାନ ସେହି ସବୁ ଇନ୍ଦିରା ଆବାସ ର ପରିସ୍ଥିତି ବିପଦପୂର୍ଣ୍ଣ ଅବସ୍ଥାରେ, ଏସମ୍ପର୍କରେ ପରିବାର ଲୋକେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ସୁଦ୍ଧା ପଞ୍ଚାୟତ ର ଲୋକ ପ୍ରତିନିଧି କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଜାଇ ନାହିଁ, ଆଜି ଦିନ ୧୧ ଟା ସମୟରେ ଜଣେ ଆନ୍ଧାରା ରୁ  ଆସିଥିବା କୁଣିଆ ଓ‌ ପରିବାରର ଜଣେ ନା ବାଳକ ବାରଣ୍ଡାରେ ଖଟରେ ବସିଥିବା ସମୟରେ ହଠାତ୍ ଘର ଛାତ ଭାଙ୍ଗି ଜାଇ କୁଣିଆ ର ମୁଣ୍ଡରେ ପଡ଼ିଥିବା ବେଳେ ନାବାକର ଗଡ଼ରେ ପଡ଼ିଥିଲା, ଉଭୟ ବର୍ତ୍ତମାନ ମେଡିକାଲ ଚିକିତ୍ସିତ ହେଉଥିବା ଜଣାପଡିଛି, ଏ ସମ୍ପର୍କରେ ଗ୍ରାମ ବାସୀ, ପଞ୍ଚାୟତ ର ସରପଞ୍ଚ, ସମିତି, ପି,ଇ,ଓ, ଆର୍ ଆଇଙ୍କୁ  ଜଣାଇଥିଲେ ସୁଦ୍ଧା କୌଣସି ସଦସ୍ୟ ଘଟଣା ସ୍ଥଳ ରେ ପହଞ୍ଚି ନ ଥିଲେ। ଗ୍ରାମ ବାସୀ  , ସରପଞ୍ଚ, ସମିତି ସଭ୍ୟ, ଆର୍ ଆଇ, ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ନାମରେ ଥାନାରେ ଏତାଲା ଦେବା ଉଦ୍ଦେଶ୍ୟରେ ହାଟ ଶେଷଖାଲା‌ ଥାନା ରେ ପହଞ୍ଚି ଥିଲେ, ସମସ୍ୟା କୁ ଦୃଷ୍ଟିରେ ରଖି ଆଇ ଆଇ ସି  ଉଲ୍ଲେଖିତ ବ୍ୟକ୍ତି ବିଶେଷ ଙ୍କ ସ଼ହ  ଫୋନ ଯୋଗେ ଯୋ ଗାଯୋଗ କରିଥିଲେ ସେଥିରୁ ଆର୍ ଆଇ ଫୋନ ଯୋଗା ଯୋଗ କରି ଥିବା ବେଳେ ଅନ୍ୟ ତିନି ଜଣ ବ୍ୟକ୍ତି ବିଶେଷ  ଯୋଗା ଯୋଗକରି ନ ଥିଲେ। ପରିସେଷରେ ଆଇ ଆଇ ସି ଶ୍ରୀ ଯୁକ୍ତା ମୁନି  ଅହରି,, ସବ ଇନ୍ସପେକ୍ଟର  ଅଶୋକ କୁମାର ରାଉତ, ଏସେ ଆଇ ଅଶୋକ ଖିଲିଗୁଡି  ଘଟଣା ସ୍ଥଳ ରେ ପହଞ୍ଚି ଅନୁଧ୍ୟାନ କରି ସତ୍ୟାସତ୍ୟ ଅଭିଯୋଗ ଥିବାରୁ ଗ୍ରାମ ବାସୀ ଙ୍କୁ ବୁଝା ସୁଝା କରି ଜିଲ୍ଲା ପାଳଙ୍କୁ ଅବଗତ କଲେ ସମସ୍ୟା ସମାଧାନ ହୋଇପାରିବ ବୋଲି ମାର୍ଗଦର୍ଶନ ଦେଇ ଥିବା ଜଣାପଡିଛି ।

Leave A Reply

Your email address will not be published.