ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ଦିବସ, ଶିଶୁ ଶିବିର ଓ କନ୍ୟା ଶିବିର ଅନୁଷ୍ଠିତ।

10

ପଦ୍ମପୁର/ ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଶିଶୁ ଦିବସ ଓ କନ୍ୟା ଶିବିର-୨୦୨୬ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିସର ଉତ୍ସବମୁଖର ହୋଇଉଠିଥିଲା।

ଶିଶୁ ଦିବସ ଉପଲକ୍ଷେ ଆୟୋଜିତ ସଭାରେ ସମ୍ପାଦକ ଶ୍ରୀଯୁକ୍ତ ଜନକ ଲାଲ ମେହେର ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଶିଶୁ ଦିବସର ମହତ୍ତ୍ୱ ଓ ଉଦ୍ଦେଶ୍ୟ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ। ଭାଇମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିବାବେଳେ ଶିଶୁ ମନ୍ଦିର ପର୍ଯ୍ୟାୟ ପ୍ରମୁଖ ଶ୍ରୀଯୁକ୍ତ ମୁଦିରଥ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ। ଭାଇ ଭଉଣୀମାନେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୀବନୀ ଓ ଆଦର୍ଶ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଶ୍ରୀଯୁକ୍ତ ପ୍ରଦୀପ ରାଜହଂସ ସଭାକାର୍ଯ୍ୟ ସଂଯୋଜନା କରିଥିବାବେଳେ ଗୁରୁଜୀ ଶ୍ରୀମାନ ସଞ୍ଜିବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ସେହିପରି ବିଦ୍ୟାଳୟରେ ଶିଶୁ ଶିବିର ଓ କନ୍ୟା ଶିବିର-୨୦୨୬ ମଧ୍ୟ ଆୟୋଜିତ ହୋଇଥିଲା। ଶିଶୁ ଶିବିର ରେ ଶିଶୁ ବାଟିକା ଭାଇ ଭଉଣୀ ମାନେ ଯୋଗ ଦେଇ ଶାରୀରିକ, ବାଦାମ ଚୋପା ଛଡ଼ାଇବା,ଚକଟା ଅଟା ରେ ବିଭିନ୍ନ ପ୍ରକାରର ବସ୍ତୁ ତିଆରି କରିଥିଲେ। ଶିଶୁ ବାଟିକା ବିଭାଗ ର ସମସ୍ତ ଗୁରୁଜୀ ଗୁରୁମା ଏଥିରେ ସହଯୋଗ କରିଥିଲେ । କନ୍ୟା ଶିବିରର ପ୍ରଥମ କାଳାଂଶ ଶାରୀରିକ ଅଭ୍ୟାସରୁ ଆରମ୍ଭ ହୋଇଥିଲା। ଗୁରୁମା ମିନତି ପଟ୍ଟନାୟକ, ମମତା ଓ ପିଙ୍କି ଏହାକୁ ସୁନ୍ଦର ଭାବରେ ପରିଚାଳନା କରିଥିଲେ। ବନ୍ଦନା କାଳାଂଶରେ ଅଞ୍ଚଳ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ଶ୍ରୀମତୀ ମୋନାଲିସା ସ୍ୱାଇଁ ଦୀପ ପ୍ରଜ୍ଜ୍ୱଳନ କରି ଶିବିରର ଉଦ୍ଘାଟନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ଅତିଥି ପରିଚୟ ପ୍ରଦାନ ସହ ଶିବିରର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏହି ଅବସରରେ ଗୁରୁମା ଶ୍ରୀମତୀ କଲ୍ୟାଣୀ ଓ ମାତୃମଣ୍ଡଳୀର ପୂର୍ବତନ ସଭାପତି ଶ୍ରୀମତୀ ରୁକ୍ମିଣୀ ସାହୁ ଉପସ୍ଥିତ ଥିଲେ।

ଶିବିରର ବିଭିନ୍ନ କାଳାଂଶରେ ଗୁରୁମା ଶ୍ରୀମତୀ ରଞ୍ଜିତା ଭୋଇ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୀବନୀ ଓ ଆଦର୍ଶ ସମ୍ପର୍କରେ ଭଉଣୀମାନଙ୍କୁ ଅବଗତ କରାଇଥିଲେ। ଗୁରୁମା ମମତା ସୁଷମ ଖାଦ୍ୟ ଓ ଶରୀରର ଯତ୍ନ ସମ୍ପର୍କରେ ସଚେତନ କରିଥିବାବେଳେ ଗୁରୁମା ମିନତି ପଟ୍ଟନାୟକ ଭାରତୀୟ ପରମ୍ପରାରେ ପ୍ରଚଳିତ ବିଭିନ୍ନ ଆଭୂଷଣର ବୈଜ୍ଞାନିକ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ। ପଞ୍ଚମ କାଳାଂଶରେ ଡାକ୍ତରଙ୍କ ପରାମର୍ଶ ମଧ୍ୟ ରହିଥିଲା।

ଦଶମ ଶ୍ରେଣୀର ଭଉଣୀମାନେ ସୁନ୍ଦର ଭାବରେ ସଭାକାର୍ଯ୍ୟ ସଂଯୋଜନା ଓ ପରିଚାଳନା କରିଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ କନ୍ୟା ଶିବିରର ଉଦଯାପନ ହୋଇଥିଲା।

ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମାମାନଙ୍କ ସକ୍ରିୟ ସହଯୋଗରେ ଉଭୟ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିଲା।

Leave A Reply

Your email address will not be published.