ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ପକ୍ଷରୁ ଲଉଡିଦରହା ପଂଚାୟତ କାର୍ଯ୍ୟାଳୟ ଠାରେ ଆମ ପୋଲିସ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସରପଞ୍ଚ ଶ୍ରୀମତୀ ପଦ୍ମା ସତନାମୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଥାନା ଅଧିକାରୀ ବିପିନ ବାଗ ଯୋଗଦାନ କରି ସାଇବର କ୍ରାଇମ, ବାଲ୍ୟ ବିବାହ, ଶିଶୁ ଶ୍ରମିକ ଅସାମାଜିକ କାର୍ଯ୍ୟକଳାପ, ସଡ଼କ ସୁରକ୍ଷା ଜୀବନ ରକ୍ଷା ଏବଂ ବିଭିନ୍ନ ଆଇନ ଅନୁସାରେ ଦଣ୍ଡନୀୟ ସକ୍ରାନ୍ତ ରେ ବିଷଦ ଭାବରେ ଅବଗତ କରିଥିଲେ ଏଥି ସହ ଜନସାଧାରଣ ଙ୍କ ସୁରକ୍ଷା ପାଇଁ ପୋଲିସ ସର୍ବଦା ତତ୍ପର ବୋଲି ମତ ବ୍ୟକ୍ତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଗଣେଶ ସତନାମୀ, ମନୋଜ ପଧାନ, ନରେଶ ଠାକୁର, ଶୁକୃ ବାଗ, ସନାତନ ମେହେର କାର୍ଯ୍ୟକ୍ରମ ରେ ପଞ୍ଚାୟତ ର ଅଙ୍ଗେନବାଡ଼ି ର ଶିକ୍ଷୟିତ୍ରୀ ମାନେ ମଧ୍ୟ ଉପସ୍ଥିତ ଥିଲେ l ବାଲ୍ୟ ବିବାହ କିପରି ରୋକା ଯାଇ ପାରିବ ସେ ସମ୍ପର୍କ ରେ ଏ ଏସ ଆଇ ଜଗବନ୍ଧୁ ନାୟକ ବୁଝାଇ ଲୋକ ଙ୍କ ସହଯୋଗ ଲୋଡ଼ିଥିଲେ l
Sign in
Sign in
Recover your password.
A password will be e-mailed to you.