ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରୁ ପ୍ରାୟ ଗତ ଦୁଇ ମାସ ହେଲାଣି ବର୍ଷା ହଜିଯାଇଥିବା ଯୋଗୁଁ ଚାଷୀ ଓ ଚାଷ ଅବସ୍ଥା ଚିନ୍ତାଜନକ , ଜିଲ୍ଲାର ମୁଖ୍ୟତଃ କାଶୀନଗର , ଗୋଷାଣୀ , ଗୁମ୍ମା ବ୍ଲକରେ ଚାଷୀ ଧାନ ଚାଷ କରୁଥିବା ବେଳେ ଏଠାରେ କୌଣସି ବଡ଼ ଜଳ ଉତ୍ସ ନଥିବା ଯୋଗୁଁ ଚାଷୀ ସବୁବେଳେ ବର୍ଷା ଜଳ କୁ ହିଁ ନିର୍ଭର କରି ଚାଷ କରିଥାଏ କିନ୍ତୁ ଚଳିତ ବର୍ଷ ଆବଶ୍ୟକୀୟ ପରିମାଣର ବର୍ଷା ନହେବାରୁ ଜମିରେ ଫାଟ ସୃଷ୍ଟି ହୋଇଗଲାଣି , ଫସଲ ହୋଇଥିବା ଧାନ ସବୁ ଜଳ ଅଭାବରୁ ନଷ୍ଟ ହେବାକୁ ଯାଉଛି , ତେଣୁ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ପତ୍ର ମାଧ୍ୟମରେ ଜଣାଇବା ସହ ଜିଲ୍ଲାକୁ ମରୁଡି ପ୍ରଭାବିତ ଅଞ୍ଚଳ ଘୋଷଣା କରିବାକୁ ଅନୁରୋଧ କରିଛନ୍ତି।
ଯେହେତୁ ଗଜପତି ଜିଲ୍ଲା ଏକ କୃଷି ବହୁଳ ଜିଲ୍ଲା ଚାଷୀ କ୍ଷତିଗ୍ରସ୍ତ ହେଲେ ଏଠାରେ ଅର୍ଥନୀତି କ୍ଷେତ୍ରରେ ମଧ୍ୟ ପ୍ରଭାବିତ ହେବ ବୋଲି ସେ ଦର୍ଶାଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post
Next Post