ଝାରବନ୍ଧ – ମନୋହର ଦାଶ: ଝାରବନ୍ଧ ଥାନା ଅନ୍ତର୍ଗତ ବଣ୍ଡାମୁଣ୍ଡା ଗାଁ ରେ ବାଇକ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି l ସୂଚନା ଅନୁସାରେ ବଣ୍ଡାମୁଣ୍ଡା ଗାଁ ର ଛବିଲାଲ ବରିହା (୩୨)ନାମକ ଯୁବକ ନିକଟସ୍ଥ ହରିଡ଼ାଟାଲ ରାସ୍ତା ପାଖରେ ଥିବା ଜଙ୍ଗଲକୁ ଜାଳେଣି ପାଇଁ କାଠ ସଂଗ୍ରହ କରି ଯାଇଥିଲେ ଲ କାଠ ସଂଗ୍ରହ କରି ରାସ୍ତା କଡ଼ରେ ନିଜ ସାଇକେଲରେ କାଠ କୁ ବାନ୍ଧି ଘର କୁ ଫେରିବାକୁ ପ୍ରସ୍ତୁତ ହେଉଥିବା ସମୟରେ ହରିଡାଟାଲ ପଟରୁ ଦ୍ରୁତ ଗତିରେ ଏକ ବାଇକ ଆସୁଥିବା ଦେଖିଥିଲେ, ସେମାନେ ପାଖକୁ ଆସିବା ପୂର୍ବରୁ ଭାରସାମ୍ୟ ହରାଇ ଯୁବକ କୁ ଜୋର ରେ ଧକ୍କା ଦେଇଥିଲେ l ଧକ୍କା ଏପରି ଜୋର ରେ ଥିଲା ଯେ କାଠୁରିଆ ଯୁବକ ଛିଟିକି ପଡି ମୁଣ୍ଡରେ ଆଘାତ ଲାଗି ଘଟଣାସ୍ଥଳ ରେ ହିଁ ମୃତ୍ୟୁ ହୋଇଥିଲା, ବାଇକ ଆରୋହୀ ମାନେ ମଧ୍ୟ ଛିଟିକି ପଡ଼ିଥିବା ବେଲେ ଚାଳକ ଶିବ ନାୟକ ଙ୍କ ମଧ୍ୟ ଘଟଣା ସ୍ଥଳ ରେ ହିଁ ମୃତ୍ୟୁ ହୋଇଥିଲା l ଘଟଣା ସ୍ଥଳକୁ ଝାରବନ୍ଧ ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଶବ ଜବତ କରି ଝାରବନ୍ଧ ଥାନା କେଶ ନଂ ୧୭୫ ରେ ମାମଲା ରୁଜ୍ଜୁ କରି ଶବ ବ୍ୟବିଚ୍ଛେଦ ପାଇଁ ପଦ୍ମପୁର କୁ ପଠାଇଥିଲେ