ମୟୂରଭଞ୍ଜ ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ଶାସକ ପ୍ରଶାସକ ମୟୁରଭଂଜ ଜିଲ୍ଲା ଝାରପୋଖରିଆ ଠାରେ ପାଳନ ହୋଇଯାଇଛି ଜାତୀୟ ଏକତା ଦିବସ। ଭାରତବାସୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଭାରତୀୟ ଗଣତନ୍ତ୍ରର ପ୍ରତିଷ୍ଠାତା ପିତା ଭାବରେ ପରିଚିତ କରନ୍ତି। ତେବେ ସେ ଭାରତ ଏବଂ ପାକିସ୍ତାନ ବିଭାଜିତ ହେବାର କିଛି ସମୟ ପରେ ପୃଥକ ପ୍ରଦେଶ ଗୁଡ଼ିକୁ ଏକକ ଭାରତରେ ଏକତ୍ରିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଥିସହ ୧୯୪୭ ମସିହାରେ ଭାରତ-ପାକିସ୍ତାନୀ ଯୁଦ୍ଧ ଏବଂ ଭାରତର ରାଜନୈତିକ ଏକକୀ କରଣ ସମୟରେ ଭାରତର ଗୃହମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ତେବେ ଏହି ଅବସରରେ ଏକତା ପାଇଁ ଦୌଡ଼ କାର୍ଯ୍ୟକ୍ରମ ସମଗ୍ର ଦେଶରେ ପାଳନ ହେଉଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ର ସାରସକଣା ବ୍ଲକ ଅନ୍ତର୍ଗତ ଝାରପୋଖରିଆ (ବମ୍ବେଛକ) ଠାରେ ମଧ୍ୟ ମହାଆଡ଼ମ୍ବରରେ ଏହି ଏକତାର ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଦୁଇ ଶହ ରୁ ଉର୍ଦ୍ଧ୍ବ ଯୁବକ ଯୁବତୀ ଏହି ଏକତା ଗଣ ଦୌଡ଼ ରେ ଭାଗ ନେଇଥିଲେ । ସମଗ୍ର ଦେଶରେ ପାଳନ କରାଯାଉଥିବା ବେଳେ ଯଶସ୍ବୀ ପ୍ରଧାନମନ୍ତ୍ରୀ ମଧ୍ୟ ଦେଶବାସୀଙ୍କ ପାଇଁ ସମ୍ବୋଧନ କରିଛନ୍ତି। ସମଗ୍ର ଦେଶର ବିଭନ୍ନ ରାଜ୍ୟ ଗୁଡ଼ିକୁ ଏକତା ସୂତ୍ରରେ ବାନ୍ଧି ରଖିବା ରେ ଲୌହ ମାନବ ସଦ୍ଧାର ବଲ୍ଲଭ ଭାଇ ପଟେଲ ଅତୁଳନୀୟ ଅବଦାନ କୁ ମନେ ପକାଇ ଛନ୍ତି ଯଶସ୍ଵୀ ପ୍ରଧାନମନ୍ତ୍ରୀ ।।
Sign in
Sign in
Recover your password.
A password will be e-mailed to you.