ଖଣ୍ଡାରେ ନିଜ ଜ୍ୱାଇଁଙ୍କୁ ଆକ୍ରମଣ କଲା ଶଳା

0 2

ଭଞ୍ଜନଗର/ଉଦୟନାଥ ପଣ୍ଡା; ଶଳା ଖଣ୍ଡାରେ ଆକ୍ରମଣ କଲା ନିଜ ଜ୍ୱାଇଁକୁ | ଭାଗ୍ୟ ଭଲ ଥିବାରୁ ଅଳ୍ପରେ ବର୍ତ୍ତିଗଲେ ନିଶ୍ଚିତ ଦୁର୍ଘଟଣା ରୁ|
ସୂଚନା ଅନୁସାରେ ଭଞ୍ଜନଗର ବ୍ଳକ୍ ଅନ୍ତର୍ଗତ ଛେଦ।ଭୁଇଁ ଅଂଚଳ ର ଜଗନ୍ନାଥ ଗୌଡ଼ ଭଞ୍ଜନଗର ପୋଲିସ କୁ ଅଭିଯୋଗ କରିଥିଲେ ଯେ , ତାଙ୍କୁ ତାଙ୍କର ନିଜ ଶଳା ଏକ ଧାରୁଆ ଖଣ୍ଡା ଦ୍ୱାରା ଆକ୍ରମଣ କରିଥିଲେ କିନ୍ତୁ ଭାଗ୍ୟ ବସତଃ ଜଗନ୍ନାଥ ଦୌଡ଼ି ଯାଇ କବାଟ ଦେଇଦେଇଥିଲେ ଯ ଦ୍ଵାରା ନିଶ୍ଚିତ ଦୁର୍ଘଟଣା ରୁ ରକ୍ଷା ପାଇଯାଇଛନ୍ତି।ଏବଂ ଏହି ଘଟଣା ବିଷୟରେ ସ୍ଥାନୀୟ ଜନ ସାଧାରଣ ପୋଲିସ କୁ ଖବର ଦେଇଥିଲେ । ଏହା ଦ୍ଵାରା ସ୍ଥାନୀୟ ଜନସାଧାରଣଙ୍କ ମନରେ ଭୟ ଓ ଆତଙ୍କ ଦେଖାଦେଇଥିବା ଜଣାପଡିଛି। ଭଞ୍ଜନଗର ପୋଲିସ ଘଟଣା ସ୍ଥଳରେ ପହଁଚି ମୁଖ୍ୟ ଅଭୁଯୁକ୍ତ ତଥା ଜଗନ୍ନାଥ ଙ୍କ ଶଳା କାର୍ତ୍ତିକ ଗୌଡ଼ କୁ ଗିରଫ କରିବା ସହ ପୋଲିସ କେସ ନମ୍ବର ୧୦୧୭/୨୩ ରୁଜୁ କରିବା ସହ କୋର୍ଟ ଚାଲାଣ କରିଛନ୍ତି।ଅଭିଯୁକ୍ତ ଠାରୁ ପ୍ରାୟ ତିନି ଫୁଟ ର ଗୋଟିଏ ଧାରୁଆ ଖଣ୍ଡା ଜବତ କରଯାଇଛି।ସୂଚନା ଅନୁସାରେ, ଜଗନ୍ନାଥ ଗୌଡ ଶାନ୍ତ ସ୍ଵଭାବ ର କିନ୍ତୁ ଉଭୟ ପରିବାର ମଧ୍ୟରେ ପୂର୍ବରୁ ପାରିବାରିକ ଶତ୍ରୁତା ଓ କଳହ ଲାଗିରହିଥିଲା।

Leave A Reply

Your email address will not be published.