ଭଞ୍ଜନଗର ରୁ ଉଦୟନାଥ ପଣ୍ଡା : ଭଞ୍ଜନଗର ସହରର ବିଭିନ୍ନ ସ୍ଥାନରେ ଓ ଏହାର ବିଭିନ୍ନ ଅଞ୍ଚଳରେ ଅଷ୍ଟଦୀନ ଧରି ମହାଆଡମ୍ବରରେ ପାଳିତ ହେଉଛି, ମାଁ ଗଜଲକ୍ଷ୍ମୀ ଙ୍କ ପୂଜାଉତ୍ସବ। ଭଞ୍ଜନଗର ସହରରେ ଗତ ଆଶ୍ଵିନ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି, ଅକ୍ଟୋବର ୨୮ ତାରିଖ ୨୦୨୩ ଶନିବାର ଠାରୁ ଆରମ୍ଭ ହୋଇଥିବା ଶ୍ରୀଶ୍ରୀଶ୍ରୀ ମାଁ ଗଜଲକ୍ଷ୍ମୀ ଙ୍କ ପୂଜାଉତ୍ସବ ମହାଆଡମ୍ବର ପୁର୍ଣ୍ଣ ଓ ଯଥା ରୀତି ନୀତି ଅନୁଯାୟୀ ସମ୍ପାଦନ ହୋଇଚାଲିଛି। ଏହି ପୂଜା ଅନେକ ସ୍ଥାନରେ ଅଷ୍ଟଦୀନ ବ୍ୟାପି ପାଳିତ ହେଉଛି। ଏହି ପୂଜାଉତ୍ସବ ଭଞ୍ଜନଗର ଖାଲାସିସାହି, ପାତ୍ର କଲୋନୀ ର ଲୋହରାଖଣ୍ଡି ନଦୀରାସ୍ତା, ନିୟନ୍ତ୍ରିତ ବଜାର କମିଟି, ଜିଲୁଣ୍ଡି , ଅଗଝୋଳ,ଵାଉଁଶଲୁଣ୍ଡି ଓ ତୁଳସୀ ପଲ୍ଲୀ ଗ୍ରାମରେ ଅତିସୁନ୍ଦର ଭାବରେ ଅନୁଷ୍ଠିତ ହୋଇଆସୁଛି। ବିଶେଷ କରି ଭଞ୍ଜନଗର ବ୍ଳକ୍ ଅନ୍ତର୍ଗତ ଵାଉଁଶଲୁଣ୍ଡି ଗ୍ରାମରେ ମାଁ ଗଜଲକ୍ଷ୍ମୀ ଙ୍କ ମୃଣ୍ମୟୀ ମୂର୍ତ୍ତି କୁ ଶ୍ରୀ ଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରା ସମୟର ହେରାପଞ୍ଚମୀ ରେ ମାଁ ଲକ୍ଷ୍ମୀ ଙ୍କ ନନ୍ଦିଘୋଷ ରଥ ଉପରେ ରାଗ / ରୋଷ କୁ ଏଠାରେ ଅତି ପ୍ରାଞ୍ଜଳ ଭାବରେ ସ୍ଥାନ ଦିଆଯାଇଛି। ସେହିପରି ତୁଳସୀ ପଲ୍ଲୀ ଗ୍ରାମରେ ମାଁ ଗଜଲକ୍ଷ୍ମୀ ଙ୍କୁ ପ୍ରଭୁ ଜଗତରନାଥ ଶ୍ରୀ ଜଗନ୍ନାଥ ଙ୍କ କୋଳରେ ସ୍ଥାନ ଦିଆଯାଇଛି। ଫଳରେ ମା ଙ୍କ ମୃଣ୍ଣୟୀ ମୂର୍ତ୍ତି ଓ ଏହାର ସାଜସଜ୍ଜା ଅତିବ ସୁନ୍ଦର ଓ ମନୋହର ହୋଇପାରିଛି। ଯାହାକି, ହଜାର ହଜାର ଜନସାଧାରଣଙ୍କୁ ଦର୍ଶନ କରିବା ପାଇଁ ଆକୃଷ୍ଟ କରିପାରୁଛି।
ଆଶ୍ଵିନ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି ଦିନ ବା କୁମାର ଉତ୍ସବ ଗଜଲକ୍ଷ୍ମୀ ପୂଜା ରେ ଚନ୍ଦ୍ର ଗ୍ରହଣ ପଡ଼ିଥିବା ଯୋଗୁଁ, ସେହିଦିନ ମାଁ ଙ୍କ ମଧ୍ୟାହ୍ନ ପୁଜାପରେ ସମସ୍ତ ପୂଜାମଣ୍ଡପ କୁ ବନ୍ଦ୍ କରିଦିଆଯାଇଥିଲା। କିନ୍ତୁ ଚନ୍ଦ୍ର ଗ୍ରହଣ ର ଠିକ୍ ପରଦିନ ଠାରୁ ଗଜଲକ୍ଷ୍ମୀ ଙ୍କ ପୂଜା ଅଷ୍ଟଦୀନ ବ୍ୟାପି ଯଥା ରୀତି ନୀତି ଅନୁଯାୟୀ ଆରମ୍ଭ ହୋଇଥିଲା। ଏହି ଆଠ ଦିନର ପୂଜାଉତ୍ସବ ଭିତରେ, ପ୍ରତ୍ୟେକ ଦୀନ ଜଣେ ଲେଖାଏଁ ଶ୍ରଦ୍ଧାଳୁ, ସଂପୂର୍ଣ୍ଣ ଗୋଟିଏ ଦିନର ମାଁଙ୍କ ସକାଳ ପୁଜାରୁ ଆରମ୍ଭ କରି ଯଥା ; ହୋମ ଜଜ୍ଞ ମଧ୍ୟାହ୍ନ ର ଅନ୍ନଭୋଗ ଓ ରାତ୍ରର ଆଳତି ପାଇଁ ସମସ୍ତ ଖର୍ଚ୍ଚ ବହନ କରିଥାନ୍ତି। ଏହିପରି ପୁଜା ରଖିବା ଓ ଖର୍ଚ୍ଚ ବହନ କରିବା ପାଇଁ ଶ୍ରଦ୍ଧାଳୁ ଭକ୍ତମାନେ ନିଜେ ନିଜେ ଆଗେଇ ଆସନ୍ତି। କାରଣ, ସେମାନଙ୍କ ବିଶ୍ଵାସ ଯେ, ମାଁ ଏହାଦ୍ଵାରା ସେମାନଙ୍କ ସମସ୍ତ ମନସ୍କାମନା ପୂରଣ କରିବେ, ବର୍ଷ ସାରା ଧନ ଧାନ୍ୟ ରେ ଘର ପୁରି ଉଠିବ। ଅନ୍ୟପକ୍ଷରେ କହିବାକୁ ଗଲେ, ଭଞ୍ଜନଗର ସହରର ଏହି ଗଜଲକ୍ଷ୍ମୀ ପୂଜାଉତ୍ସବରେ କୌଣସି ସ୍ଥାନରେ ବଡ଼ ତୋରଣ ମେଢ଼ ଦେଖିବାକୁ ମିଳେନାହିଁ। କିନ୍ତୁ, ମାଁ ଗଜଲକ୍ଷ୍ମୀ ଙ୍କ ପାଖରେ ଅଷ୍ଟଦୀନ ଯାଏଁ ଘୃତଜଜ୍ଞ, ଅନ୍ନଜଜ୍ଞ ଓ ରାତ୍ର ସମୟରେ ବିଭିନ୍ନ ପୂଜା ମଣ୍ଡପରେ ଜନସାଧାରଣଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥାଏ। ପୂଜା ଶେଷଦିନରେ ମାଁ ଙ୍କୁ ନିଜ ନିଜର ସାହି ବା ଗ୍ରାମର ଜନସାଧାରଣ ଙ୍କ ସାହାଯ୍ୟରେ ବିଭିନ୍ନ ବାଜା ବାଜଣା କରି ନଗର ଭ୍ରମଣ ପରେ ମାଁ ଙ୍କୁ ଜଳରେ ବିସର୍ଜନ କରାଯିବ।