ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ : ଗୁରୁ ହେଵତ’ ଏମିତି, ପ୍ରଧାନଶିକ୍ଷକଙ୍କ ପାଇଁ ରୋଷଣୀ,ସମ୍ବର୍ଦ୍ଧନା ଦେଲେ, ଗାଁ’ବୁଲେଇଲେ !

0 2

(ମାହାଙ୍ଗା-ଶାସକ ପ୍ରଶାସକ): ସମାଜରେ ଭଲ ମଣିଷ ଓ ଆଦର୍ଶ ଗୁରୁ ସବୁବେଳେ ପୂଜା ପାଇବା ଦେଖିବାକୁ ମିଳେ l ଗୁରୁଙ୍କୁ ନମଣିବ ନର, ଗୁରୁଯେ’ ସାକ୍ଷାତ ଈଶ୍ୱର l ଏହି ଆପ୍ତ ବାକ୍ୟର ପ୍ରସଙ୍ଗିକତା ପ୍ରଧାନଶିକ୍ଷକ କିଶୋର ଚନ୍ଦ୍ରଙ୍କ ପାଇଁ ଅବିସ୍ମରଣୀୟ ତଥା ଚିର ଅମଳିନ ବୋଲି ଆଜି ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାପୀଠ କୋଠପଦା ଠାରେ ଆୟୋଜିତ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ l ବିଦ୍ୟାଳୟର ପ୍ରଧାନଶିକ୍ଷକ କିଶୋର ଚନ୍ଦ୍ର ଦାଶଙ୍କ ଅବସର ପରିପ୍ରେକ୍ଷୀରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଶିକ୍ଷାବିତ ବଟ କିଶୋର ପଣ୍ଡା ଅଧ୍ୟକ୍ଷତା କରିଥିଲେ l
ବରିଷ୍ଠ ସାମ୍ବାଦିକ ତଥା ବିଦ୍ୟାଳୟର ପୁରାତନ ଛାତ୍ରସଂଘ ସଭାପତି ଅଖିଳେଶ ପଦ ମହାନ୍ତି ଉତ୍ସବକୁ ପରିଚାଳନା କରିଥିଲେ l ମୁଖ୍ୟ ଅତିଥିଭାବେ ଶିକ୍ଷାବିତ ରତ୍ନାକର ମହାନ୍ତି ଯୋଗଦେଇ ଗୁରୁ ଆମ ସଭ୍ୟତା ଓ ସଂସ୍କୃତିର ନମସ୍ୟ ପୁରୁଷ ବୋଲି କହିଥିଲେ l ମୁଖ୍ୟବକ୍ତା ଭାବରେ ଗୀତିକାର ବିଶ୍ୱେଶ୍ୱର ମହାନ୍ତି କହିଲେ -ଏକ ବିକଶିତ ସମାଜ ଗଠନରେ ଗୁରୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ l ଉତ୍ସବରେ ସମ୍ମାନିତ ଅତିଥିଭାବେ ଶିକ୍ଷାବିତ କ୍ଷୀରୋଦ ଚନ୍ଦ୍ର ପତି,ଶିକ୍ଷାବିତ ଶାନ୍ତିଲତା ଦେବୀ,ଶିକ୍ଷାବିତ ଅଭୟ ଚରଣ ପଣ୍ଡା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅଲେଖ ଚନ୍ଦ୍ର ଦାସ, ପ୍ରଧାନଶିକ୍ଷକ ଅକ୍ଷୟ କୁମାର ଷଢଙ୍ଗୀ,ଶିକ୍ଷାବିତ ଅକ୍ଷୟ କୁମାର ପାଣି, କବି ନାରାୟଣ ମୁଦୁଲି, ଶିକ୍ଷାବିତ ଅକ୍ଷୟ କୁମାର ଷଢଙ୍ଗୀ,ମୋହି ଉଦ୍ଦିନ ଖାଁ,ପ୍ରମୁଖ ଯୋଗଦେଇ ବହୁ ଗୁଣର ଅଧିକାରୀ ଶ୍ରୀ ଦାଶ ଗୁରୁଶିଷ୍ୟ ପରମ୍ପରାକୁ ବଜାୟ ରଖିବାରେ ଏକ ବିରଳ ବ୍ୟକ୍ତିତ୍ୱ ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନଶିକ୍ଷକ ପ୍ରତାପ ଚନ୍ଦ୍ର ନାୟକ, ପ୍ରଧାନଶିକ୍ଷକ ବିଶ୍ୱଜିତ ସେଠୀ,ପ୍ରଧାନଶିକ୍ଷକ ବିନୋଦ ବିହାରୀ ମିଶ୍ର, କବି ପ୍ରଶାନ୍ତ କୁମାର କର, ହେମନ୍ତ ପ୍ରଧାନ,ପ୍ରବଚକ ଶୁକଦେବ ସ୍ୱାଇଁ, ରାମଚନ୍ଦ୍ର ମହାପାତ୍ର, ଚନ୍ଦ୍ରଭାନୁ ଆଚାର୍ଯ୍ୟ, ଇଂ ରଞ୍ଜନ ବେହେରା,କିଶୋର ଚନ୍ଦ୍ର ଆଚାର୍ଯ୍ୟ,ବିଜୟ କୁମାର ଦାସ,ସନ୍ତୋଷ କୁମାର ପ୍ରଧାନ,ରାମରାମ ଷଢଙ୍ଗୀ,ଭାରତ ଭୂଷଣ ଦାସ,ଅଫସର ତୁଲ୍ଲା, ଯତୀନ୍ଦ୍ର ଦାସ,ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ l ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ପର୍ଶୁରାମ ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ l ଶିକ୍ଷୟିତ୍ରୀ ରଞ୍ଜୁଲତା ରାଉତ, ବ୍ରଜବନ୍ଧୁ ପଲେଇ,ମାଗୁଣି ଚରଣ ସାମଲ, ନିହାରିକା ପ୍ରିୟଦର୍ଶିନୀ, ରଶ୍ମିତା ବାରିକ,ସନ୍ଧ୍ୟାରାଣୀ ଦାସ,ଯୋଗଜନ୍ମା ବେହେରା, ଗୌରୀ ଶଙ୍କର ମିଶ୍ର, ଅଜୟ କୁମାର ନନ୍ଦ,ଗୋପେନ୍ଦ୍ର ଚକ୍ରବର୍ତ୍ତୀ ପ୍ରମୁଖ ଉତ୍ସବ ପରିଚାଳନା କରିବା ଦେଖିବାକୁ ମିଳିଥିଲା l ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ସୋମନାଥ ରାମ ଉତ୍ସବରେ ଧନ୍ୟବାଦ ଅର୍ପଣ କରିଥିଲେ l ଛାତ୍ର-ଛାତ୍ରୀ,ଅଭିଭାବକ, ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ବିଦାୟୀ ପ୍ରଧାନଶିକ୍ଷକ ଶ୍ରୀ ଦାଶଙ୍କୁ ପୁଷ୍ପଗୁଛ, ଉତ୍ତରୀୟ, ପଥର ଖୋଦିତ ମୁଣ୍ମୟ ମୂର୍ତ୍ତି, ମାନପତ୍ର ଏବଂ ବିଭିନ୍ନ ଉପଢୌକନ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା l ବିଦ୍ୟାଳୟର ପୁରାତନ ଛାତ୍ର ଗଣେଶ ବିହାରୀ, ସୁଧାଂଶୁ ପାଣି, ଦୀପକ ଦାସ, ଶିକ୍ଷକମିଟି ସଭାପତି ଜୟଦେବ ମହାନ୍ତି,ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ବିଦାୟୀ ପ୍ରଧାନଶିକ୍ଷକଙ୍କୁ ଶହଶହ ଛାତ୍ର ଛାତ୍ରୀ,ଶିକ୍ଷକ ବୁଦ୍ଧିଜୀବୀ ଏବଂ ଗ୍ରାମବାସୀ ମାନେ ଏକତ୍ରିତ ହୋଇ ରୋଷଣୀ କରି ଏକ ବିରାଟ ପଟୁଆରରେ ତାଙ୍କ ବାସଭବନ ପର୍ଯ୍ୟନ୍ତ ପାଛୋଟି ନେବାର ଦୃଶ୍ୟ ଜଣେ ଆଦର୍ଶ ଗୁରୁ ଭାବେ ତାଙ୍କ କର୍ମମୟ ଜୀବନର ଶ୍ରେଷ୍ଠ ନିଦର୍ଶନ ବୋଲି ସାଧାରଣରେ ଚର୍ଚ୍ଚା ହେଉଥିଲା l

Leave A Reply

Your email address will not be published.