ଆଳିପିଙ୍ଗଳ ଠାରେ ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ଗ୍ରାମସଭା ଅନୁଷ୍ଠିତ

0 2

ଜଗତସିଂହପୁର,ତା-୩୧.୧୦.୨୦୨୩/ସୁମନ୍ତ କୁମାର ଦାସ-ଚଳିତବର୍ଷ ଦୁର୍ନୀତି ନିବାରଣ ସପ୍ତାହ ଗତ ତା 30.10.23ରିଖ ଠାରୁ ତା05.11.23ରିଖ ପର୍ଯ୍ୟନ୍ତ ରାଜ୍ଯବ୍ଯାପୀ ପାଳିତ କରାଯାଉଛି। ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ବ୍ଳକ ର ଆଳିପିଙ୍ଗଳ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବ୍ଳକ ଉନ୍ନୟନ ଅଧିକାରୀ ଶ୍ରୀ ଆଶୁତୋଷ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନ 11 ଘଟିକା ସମୟରେ ଏକ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି ।ଦେଶ ତଥା ରାଜ୍ୟର ପ୍ରଗତି ପଥରେ ବାଧକ ସାଜିଥିବା ଦୁର୍ନୀତି ର ମୂଳୋତ୍ପାଟନ ପାଇଁ ସମସ୍ତ ଜନସାଧାରଣ ଙ୍କୁ ସଚେତନ କରିବା ନିମନ୍ତେ ଏହି ସଭାରେ ବାର୍ତ୍ତା ପ୍ରଦାନ କରାଯାଇଥିଲା। ଦୁର୍ନୀତି ନିବାରଣ ପ୍ରତ୍ୟେକ ଙ୍କର କର୍ତ୍ତବ୍ୟ ଏବଂ ଏଥିପ୍ରତି ସମସ୍ତଙ୍କୁ ସତର୍କ ଓ ସଜାଗ ରହିବା ଆବଶ୍ୟକ ବୋଲି ଏହି ସଭାରେ ଉପ ଆରକ୍ଷୀ ଅଧୀକ୍ଷକ, ଦୁର୍ନୀତି ନିବାରଣ, ଶ୍ରୀମତୀ ଅନୁପମା ସାହୁ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉକ୍ତ ସଭାରେ ଜିଲ୍ଲା ପରିଷଦ ସଭ୍ୟଙ୍କ ପ୍ରତିନିଧି,ଦୁର୍ନୀତି ନିବାରଣ ବିଭାଗର ଇନିସପେକ୍ଟର ଶ୍ରୀ ସିଦ୍ଧାର୍ଥ କୁମାର ରାଉତ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ନୀଳମଣି ଖଟୁଆ, ସରପଞ୍ଚ ଶ୍ରୀମତୀ ରୋଜାଲିନ ଦାଶ, ସମିତି ସଭ୍ୟ ଶ୍ରୀ ରାଜୀବ ବେହେରା, ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ସୁନୀଲ କୁମାର ରାଉତରାୟ ଯୋଗଦେଇ ଜନସାଧାରଣ ଙ୍କୁ ଦୁର୍ନୀତି ନିବାରଣ ସମ୍ପର୍କରେ ସଚେତନ କରାଇଥିଲେ। ଏହି ସଭାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ନୀଳମଣି ଖଟୁଆ ସ୍ଵାଗତ ଭାଷଣ ଦେଇଥିବା ବେଳେ ଦୁର୍ନୀତି ନିବାରଣ ଇନିସପେକ୍ଟର ସିଦ୍ଧାର୍ଥ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.