ପଦ୍ମପୁର ସାର୍ବଜନୀନ ଦୂର୍ଗା ପୂଜା ଉପହାର ଯୋଜନା ର ଭାଗ୍ୟଶାଳୀ ବିଜେତାଙ୍କୁ ପୁରସ୍କାର ପ୍ରଦାନ l

0 2

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଶାରଦୀୟ ଦୁର୍ଗାପୂଜା ଅବସରରେ ଉପହାର ଯୋଜନା ର ଆୟୋଜନ ହୋଇଥିଲା l ଉକ୍ତ ଯୋଜନାର ଭାଗ୍ୟଶାଳୀ ବିଜେତା ମାନଙ୍କୁ ସ୍ଥାନୀୟ ରାଜବାଟି ପ୍ରାଙ୍ଗଣରେ ପ୍ରଥମ ପୁରସ୍କାର ବଜାଜ ପଲ୍ସର ବିଜେତା ଅଭିଳାଷ ପ୍ରଧାନ, ଦ୍ଵିତୀୟ ପୁରସ୍କାର ସ୍କୁଟି ଶିବ ସାହୁ, ତୃତୀୟ ପୁରସ୍କାର ଏଲ୍.ଇ.ଡି ଟି.ଭି ୩ ଜଣ ବିଜେତା ଯଥାକ୍ରମେ ବିକାଶ, ସୁରୁ ପଧାନ ଓ ମଣ୍ଟୁ ପଧାନ ଚତୁର୍ଥ ପୁରସ୍କାର ୧୦ ଜଣଙ୍କୁ ଯଥାକ୍ରମେ
ସୁରେନ୍ଦ୍ର ବରିହା, ମିଷ୍ଟି କୁମ୍ଭାର, ସୁଦର୍ଶନ ସାହୁ, ନୀଳମଣି ମୁଣ୍ଡ, ଉଗ୍ରସେନ ପଧାନ,ସୁନୀତି ସାହୁ, ସାହିଲ କୃଷ୍ଣନ, ଲିପୁ ସିଂ ବରିହା, ପ୍ରତିମା ପଧାନ, ରଶ୍ମିତା ପାଣ୍ଡେ ଙ୍କୁ ତାଙ୍କର ଉପହାର ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମରେ କମିଟି କୋଷାଧକ୍ଷ ସଦାନନ୍ଦ ପୁରୋହିତ, ଜିତେନ୍ଦ୍ର ଦାଶ, ନରସିଂହ ପଟ୍ଟନାୟକ, ଶ୍ୟାମଳ ଦାଶ, ନବ ବରିହା, ଜୟରାମ ମହାପାତ୍ର, ଯୋଗେଶ ସାହୁ, ସୁଶୀଲ ଅଗ୍ରୱାଲ ଙ୍କ ସମେତ ସମସ୍ତ ସଭ୍ଯ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l

Leave A Reply

Your email address will not be published.