ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ଗୁଣୁପୁରରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

0 1

ଗୁଣୁପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: -ସ୍ଥାନୀୟ ଜି ଆଇ.ଇ .ଟି ବିଶ୍ୱବିଦ୍ୟାଳୟରେ ଆଜି ଜାତୀୟ ସେବା ଯୋଜନା ଓ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଉପଲକ୍ଷେ ଜାତୀୟ ଏକତା ଦିବସ ବିଶ୍ଵ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର କୁଳପତି ଡ଼ଃ ଏ ଭି ଏନ ଏଲ ଶର୍ମା ଯୋଗଦେଇ ସମ୍ବିଧାନର ଦାଇତ୍ୱବୋଧ ଓ ନୀତି ଗୁଡ଼ିକ ପାଳନ କରିବା ପାଇଁ ଉପସ୍ଥିତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକ ଓ କର୍ମଚାରୀ ବୃନ୍ଦଙ୍କୁ ଶପଥ ପାଠ କରାଇଥିଲେ। ଏହା ସହ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଶୋଭଯାତ୍ରା କରାଯାଇଥିଲା।ଏଥିରେ କମ୍ପୁଟର ସାଇନ୍ସ ବିଭାଗର ଡେପୁଟି ଡ଼ିନ ସଞ୍ଜୟ କୁମାର କୁଅଁର, ବିଭିନ୍ନ ବିଭାଗର ବିଭାଗୀୟ ମୂଖ୍ୟ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ପ୍ରେମାନଶୁ ଶେଖର ରଥ, ପ୍ରମୋଦ କୁମାର ପଣ୍ଡା, ବାଣୀ ପ୍ରସାଦ ନାୟକ,ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ସିଟିଓ ତାପସ ପାଣିଗ୍ରାହୀ, କ୍ରୀଡ଼ା ଅଧିକାରୀ ରବୀନ୍ଦ୍ର କୁମାର ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ।

 

Leave A Reply

Your email address will not be published.