ଦେଶର ଅଖଣ୍ଡତା ଏବଂ ସୁରକ୍ଷା ବଜାୟ ରଖିବା ନିମନ୍ତେ ସଂକଳ୍ପ
ଭୁବନେଶ୍ୱର:ଭାରତର ସ୍ୱାଧୀନତା ସଂଗ୍ରାମୀ ଓ ମହାନ ରାଜନେତା ଲୌହମାନବ ଭାବେ ପରିଚିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ପରିପ୍ରେକ୍ଷୀରେ ଆଜି ଲୋକସେବା ଭବନରେ ରାଷ୍ଟ୍ରୀୟ ଏକତା ଦିବସ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଲୋକସେବା ଭବନର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ଦେଶର ଅଖଣ୍ଡତା ଏବଂ ସୁରକ୍ଷାକୁ ବଜାୟ ରଖିବା ନିମନ୍ତେ ସମର୍ପିତ କରିବାକୁ ଶପଥ କରାଇଥିଲେ । ଦେଶବାସୀଙ୍କ ମଧ୍ୟରେ ଏହି ବାର୍ତ୍ତା ପ୍ରସାରିତ କରିବାକୁ ସମସ୍ତେ ପ୍ରୟାସ କରିବା ସହ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁନିଶ୍ଚିତ କରିବା ନିମନ୍ତେ ସମ୍ପୂର୍ଣ୍ଣ ଯୋଗଦାନ ପାଇଁ ସଂକଳ୍ପ କରାଇଥିଲେ ।
ଦେଶର ଏକତାକୁ ଅକ୍ଷୁର୍ଣ୍ଣ ରଖିବା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦୂରଦୃଷ୍ଟି ଓ କାର୍ଯ୍ୟ ବଳରେ ସମ୍ଭବ ହୋଇପାରିଥିଲା । ସର୍ଦ୍ଦାର ପଟେଲଙ୍କ ଏହି ପ୍ରୟାସକୁ ସମ୍ମାନ ଜଣାଇ ସେହି ମହାନ୍ ନେତାଙ୍କ ଜୟନ୍ତୀକୁ ‘‘ ରାଷ୍ଟ୍ରୀୟ ଏକତା ଦିବସ ’’ ରୂପେ ପାଳନ କରାଯାଉଛି ।