ଭୁବନ/ଅବିନାଶ ସାଥୁଆ ମହାପାତ୍ର- ଭୁବନ ପାଲାମଣ୍ଡପ ଠାରେ ଲୌହ ମାନଵ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ଜନ୍ମ ଜୟନ୍ତୀ ଅବସରରେ ଜାତୀୟ ସେବା ଯୋଜନା, ନେହେରୁ ଯୁବ ସଂଗଠନ ଓ ବିଳାଶ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ଏକ ଗଣଦୌଡ଼ ସକାଳ ୭ ଘଟିକାରେ ଅନୁଷ୍ଠିତ ହୋଇଯାଇଛି । ଏହି ଗଣଦୌଡ଼ ଭୁବନ ପାଲାମଣ୍ଡପ ରୁ ଆରମ୍ଭ ହୋଇ କାଳିବଜାର, ନୂଆବଜାର, ବସଷ୍ଟାଣ୍ଡ ହୋଇ ବୁଦ୍ଧେଶ୍ଵର ମନ୍ଦିର ପ୍ରାଙ୍ଗଣରେ ସମାପନ ହୋଇଥିଲା । ଏହି ଗଣଦୌଡ଼ ରେ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ, ଭୁବନ ମହିଳା ମହାବିଦ୍ୟାଳୟ, ଭୁବନ ହାଇସ୍କୁଲ, ନୂଆଭୁବନ ହାଇସ୍କୁଲ ର ଛାତ୍ରଛାତ୍ରୀ ଙ୍କ ସହ ଭୁବନ ଓ କାମାକ୍ଷାନଗର ର ବିଭିନ୍ନ ଯୁବ ସଂଗଠନ ର ସଦସ୍ୟ ମାନେ ଉପସ୍ଥିତ ରହି ଅଂଶଗ୍ରହଣ କରିଥିଲେ। ମହାବିଦ୍ୟାଳୟ ମାନଙ୍କର ଜାତୀୟ ସେବା ଯୋଜନା ପ୍ରୋଗ୍ରାମ ଅଫିସର ଓ ନେହେରୁ ଯୁବ ସଂଗଠନ ର ସ୍ବେଚ୍ଛାସେବୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିଥିଲେ। ସମାପନ ଉତ୍ସବରେ ବିଜେପି ନେତା ଶ୍ରୀ ଶତ୍ରୁଘ୍ନ ଜେନା , ଶ୍ରୀ ପ୍ରେମାନନ୍ଦ ଜେନା, ଭୁବନ ମହିଳା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଦିଲ୍ଲୀପ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ସ୍ମୃତିଚାରଣ କରି “ଏକ ଭାରତ ଶ୍ରେଷ୍ଠ ଭାରତ” ଉପରେ ଆଲୋକପାତ କରିଥିଲେ। ଶେଷରେ ପୂର୍ବତନ ବାୟୁସେନା ଅଧିକାରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଦାସ ସମସ୍ତଙ୍କୁ “ଏକ ଭାରତ ଶ୍ରେଷ୍ଠ ଭାରତ” ର ଶପଥ ପାଠ କରାଇଥିଲେ। କାର୍ଯ୍ୟକ୍ରମ କୁ ଶ୍ରୀ ରଂଜିତ ସାହୁ ଓ ନିରଞ୍ଜନ ଗୁରୁ ପରିଚାଳନା କରିଥିଲେ ।