ପଦ୍ମପୁର /ଶିବାଶିଷ ପଟ୍ଟନାୟକ:- ଭାରତର ପ୍ରଥମ ଉପ- ପ୍ରଧାନମନ୍ତ୍ରୀ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାସୁମନ ଜ୍ଞାପନ ପୂର୍ବକ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଛି । ଏହି ଅବସରରେ ସହକାରୀ ଜିଲ୍ଲାପାଳ ସନ୍ତୋଷ କୁମାର ପତି, ସହକାରୀ ଯୋଗାଣ ଅଧିକାରୀ ସନ୍ତୋଷ ପ୍ରଧାନ, ଉପ- ବିଭାଗୀୟ ଅଧିକାରୀ ସତ୍ଯବ୍ରତ ସାହୁ ଓ ଅନ୍ଯ ସମସ୍ତ କର୍ମଚାରୀ ରାଷ୍ଟ୍ରୀୟ ଏକତା ଦିବସର ଶପଥ ପାଠ କରିଛନ୍ତି । ସମସ୍ତେ ସତ୍ଯନିଷ୍ଠାର ଶପଥ ନେବାସହ ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବାପାଇଁ ନିଜକୁ ସମର୍ପିତ କରିବାର ଶପଥ ନେଇଛନ୍ତି । ଏହା ସହ ସମସ୍ତ ଅଧିକାରୀ ଓ କର୍ମଚାରୀ ଦେଶର ଏକତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଓ ଆଭ୍ଯନ୍ତରୀଣ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ସମ୍ପୂର୍ଣ୍ଣ ଯୋଗଦାନ ପାଇଁ ସତ୍ଯନିଷ୍ଠା ସହ ସଂକଳ୍ପ ନେଇଥିଲେ । ଏହି ଅବସରରେ ଦେଶଗଠନରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଭୂମିକାର ସ୍ମୃତିଚାରଣ କରି ସମସ୍ତେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.