ପଦ୍ମପୁର ରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଓ୍ବାକାଥନ୍

0 2

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ସମଗ୍ର ଭାରତରୁ ଦୁର୍ନୀତିର ମୂଳୋତ୍ପାଟନ ପାଇଁ ଚାଲିଥିବା ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ଦ୍ବିତୀୟ ଦିନରେ ଆଜି ପଦ୍ମପୁରରେ ଏକ ଓ୍ବାକାଥନ୍ ଅନୁଷ୍ଠିତ ହୋଇଛି । ଓଡ଼ିଶା ସରକାର ଙ୍କ ଦୁର୍ନୀତି ନିବାରଣ ବିଭାଗ, ବରଗଡ଼ ପକ୍ଷରୁ ଆୟୋଜିତ ଏହି ଓ୍ବାକାଥନରେ ପଦ୍ମପୁର ଉପ- ଜିଲ୍ଲାପାଳ ଶ୍ରୀ ଆଲୋକ ପଟେଲଙ୍କ ନେତୃତ୍ବରେ ବିଇଓ ଲୋକନାଥ ଭୋଇ, ଏଡିଡବ୍ଲୁଓ ସିଦ୍ଧାର୍ଥ ପଟ୍ଟନାୟକ, ବିଏସ୍ଏସ୍ଓ ରଜନୀକାନ୍ତ ବହିଦାର, ବରଗଡ଼ ଭିଜିଲାନ୍ସ ଇନ୍ସପେକ୍ଟର ସୁଷମା ତିର୍କି, ସୁଷମା ପଶାୟତ, ବିଭିନ୍ନ ବିଭାଗର କର୍ମଚାରୀ, ବରିଷ୍ଠ ନାଗରିକ ନିରୋଜ ଦୋରା ଆଦି ଯୋଗ ଦେଇଥିଲେ । ମହିଳା ମହାବିଦ୍ଯାଳୟ- ପଦ୍ମପୁର, ଜିସ୍ଟ୍ କଲେଜ- ପଦ୍ମପୁର, ଜେନିଥ୍ କଲେଜ୍-ପଦ୍ମପୁରର ଛାତ୍ରୀ ଛାତ୍ର, ଅଞ୍ଚଳ କଲେଜର ଏନସିସି ଓ ଏନଏସ୍ଏସ୍ ଦଳ ତଥା ଅଙ୍ଗନବାଡି କର୍ମୀଙ୍କ ସକ୍ରୀୟ ଯୋଗଦାନରେ ଏହି ଓ୍ବାକାଥନ୍ ରେ ସମସ୍ତେ ପଦ୍ମପୁର ରାଜବାଟୀ ସମ୍ମୁଖରୁ ବାହାରି ଆରବି ହାଇସ୍କୁଲ ଖେଳପଡ଼ିଆ ଯାଏଁ ଯାଇଥିଲେ । ଦୁର୍ନୀତି ନିବାରଣ ସମ୍ବନ୍ଧୀୟ ବିଭିନ୍ନ ସ୍ଲୋଗାନ ମାନ ଦେଇ ଏହି ଓ୍ବାକାଥନ୍ ଦ୍ବାରା ଜନସଚେତନତା ସୃଷ୍ଟି କରାଯାଇଥିଲା । ଆମ ଦେଶରୁ ଦୁର୍ନୀତିର ମୂଳୋତ୍ପାଟନ ପାଇଁ ନାଗରିକ ଓ ସରକାରୀ କର୍ମଚାରୀ ସମସ୍ତେ ମିଳିତ ଯେପରି ଭାବରେ ପ୍ରୟାସ କରିବେ ସେନେଇ ମଧ୍ଯ ବିଭିନ୍ନ ସଚେତନତା ସୃଷ୍ଟି କରାଯାଇଥିଲା ।

Leave A Reply

Your email address will not be published.