(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ଓଡ଼ିଶା ମିଶନ ଶକ୍ତି ପ୍ରାୟୋଜିତ ବଡ଼କ୍ଷୀର ପଂଚାୟତ ଗୋପପୁର ଭଗବତୀ ଆଂଚଳିକ ମଂଚ ଆନୁକୂଲ୍ୟରେ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସିଆରପି ଲକ୍ଷ୍ମୀପ୍ରିୟା ବସ୍ତିଆଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପରିଷଦ ସଭ୍ୟ ବିପ୍ଳବ କାପ ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଂଚ ହିମାଂଶୁନାରାୟଣ ମଲ୍ଲ, ମୁଖ୍ୟବକ୍ତା ଭାବେ ପରିବେଶବିତ୍ ପ୍ରମୋଦ କୁମାର ଦାଶ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଯୁବବିଜେଡ଼ି ଉପସଭାପତି ବିନୋଦ ସାମଲ, ସରକାରୀ ଯୋଗାଣ ବିତରକ ବିଜୟକେତନ ସାହୁ, ୱାଡର଼୍ସଭ୍ୟ ଅକ୍ଷୟ ସାହୁ, ମିଶନଶକ୍ତି ପଂଚାୟତ ସଂଘ ସମ୍ପାଦିକା ଅଞ୍ଜନା ଶତପଥୀ, ମଂଚ ସଭାନେତ୍ରୀ ନମିତା ରାଉଳ, ଏମବିକେ ଦେବରୂପା କର ପ୍ରମୁଖ ଯୋଗ ଦେଇ ସମାଜରେ ପ୍ରତ୍ୟେକ ବ୍ୟକ୍ତି ଜୀବନର ସମସ୍ତ କ୍ଷେତ୍ରରେ ସଚ୍ଚୋଟତା ଓ ଆଇନର ଅନୁଶାସନ କୁ ପାଳନ କରିବା ପାଇଁ ପରାମର୍ଶ ଦେବା ସହିତ ସାଧୁତା ଓ ସ୍ୱଚ୍ଛତା କାର୍ଯ୍ୟରେ ଗୁରୁତ୍ୱାରୋପ କରି ଦୁର୍ନୀତି ହଟାଇବା ପାଇଁ ଉଦ୍ୟମ କରିବାକୁ ସାମୂହିକ ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀର ବହୁ ମହିଳା ହାତରେ ପ୍ଲାଗ କାଡର଼୍ ଧରି ଦୁର୍ନୀତି ହଟାଇବା ପାଇଁ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମ କରିଥିଲେ ।
Sign in
Sign in
Recover your password.
A password will be e-mailed to you.