
ଭୁବନେଶ୍ୱର, ତା ୩୦.୧୦.୨୦୨୩- ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ସ୍ଥିତ ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I କନଭେନସନ ହଲ ଠାରେ ଅନୁଷ୍ଠିତ ଉତ୍ସବରେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଅଧିକାରୀ ଓ କର୍ମଚାରୀଙ୍କୁ ଶପଥ ପାଠ କରାଇଥିବା ବେଳେ ଭରଚୁଆଲ ମାଧ୍ୟମରେ ଯୋଗଦେଇ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀ ଆର. ଭିନୀଲ କ୍ରିଷ୍ଣାଙ୍କ ସମେତ ନିର୍ଦେଶକ ଶ୍ରୀ ସିଦ୍ଧାର୍ଥ ଦାସ ଏବଂ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଶପଥ ପାଠ କରିଥିଲେ I
ଦୁର୍ନୀତି ରୂପକ ରାକ୍ଷସର ମୁଳୋତ୍ପାଟନ ନେଇ ସମସ୍ତେ ଏକତ୍ର ହୋଇ କାର୍ଯ୍ୟ କରିବା ସହିତ କାର୍ଯ୍ୟାଳୟରେ ସାଧୁତା ଓ ସତ୍ୟନିଷ୍ଠ ହୋଇ କାର୍ଯ୍ୟ କରିବାକୁ ସମସ୍ତେ ଶପଥ ନେଇଥିଲେ I ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା ଅବଲମ୍ବନ, ଆଇନର ଶାସନକୁ ଅନୁପାଳନ ସହିତ ଉତ୍କୋଚ ନେବା ଓ ଦେବାକୁ ନିଜ ନିଜ ଜୀବନରେ ସାମିଲ ନକରିବା ଏବଂ ଦୁର୍ନୀତି ସମ୍ପର୍କରେ ଯେ କୌଣସି ଘଟଣା କର୍ତ୍ତୃପକ୍ଷଙ୍କ ନଜରକୁ ଆଣିବା ନେଇ ଅଧିକାରୀ ଓ କର୍ମଚାରୀମାନେ ଶପଥ ନେଇଥିଲେ
ଏହି ଶପଥ ପାଠ ଉତ୍ସବରେ ବିଭାଗ ଯୁଗ୍ମ ଶାସନ ସଚିବ ଶ୍ରୀ ବିଜୟାନନ୍ଦ ନାୟକ, ଏଫଏ ତଥା ଯୁଗ୍ମ ଶାସନ ସଚିବ ଶ୍ରୀ ଦିଲ୍ଲୀପ କୁମାର ଜେନା, ଏଏଫଏ ଶ୍ରୀମତୀ ଗୀତା ଦାସ, ଓଏସଡି ଶ୍ରୀ ସିଦ୍ଧାର୍ଥ ଶଙ୍କର ସାହୁ ଓ ସ୍ୱରୂପାନନ୍ଦ ସାହୁଙ୍କ ସମେତ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ସାଧୁତାର ଶପଥ ପାଠ କରିଥିଲେ I