ଭଞ୍ଜନଗର/ଉଦୟନାଥ ପଣ୍ଡା- “କବିସମ୍ରାଟ ମିଡ଼ିଆ କ୍ଲବ ଭଞ୍ଜନଗର” ପକ୍ଷରୁ ଭଞ୍ଜନଗର ସହରରେ ନୂତନ ଉପଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ଶ୍ରୀଯୁକ୍ତ ଅନୀଲ କୁମାର ସେଠୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଶ୍ରୀଯୁକ୍ତ ସେଠୀ ଏହା ପୂର୍ବରୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଠାରେ ଉପଜିଲ୍ଲାପାଳ ଭାବେ କାର୍ଯ୍ୟକରୁଥିଲେ ଏବଂ ତାହା ପୂର୍ବରୁ ଭଞ୍ଜନଗର ଠାରେ ବିଡ଼ିଓ ଭାବେ ନିଜ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରିଥିଲେ । ଏଥିରେ କ୍ଲବର ସଭାପତି ପ୍ରଦୀପ କୁମାର ସ୍ୱାଇଁ, ଉପସଭାପତି ପୁରୁଷୋତ୍ତମ ମହାପାତ୍ର, ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା, ସହସମ୍ପାଦକ ଉଦୟନାଥ ପଣ୍ଡା, ସଂଯୋଜକ ରଞ୍ଜିତ ଜେନା ସହିତ ସଦସ୍ୟ ସନ୍ତୋଷ ଜେନା, ବ୍ରଜବିହାରୀ ଆଚାର୍ଯ୍ୟ, ସୁଶାନ୍ତ ନାୟକ, ମନୋଜ ଗୌଡ଼, ଚାରବାଙ୍ଗି ଶଙ୍କର ମିଶ୍ର, ପ୍ରଫୁଲ୍ଲ ମହାରଣା ଉପସ୍ଥିତ ଥିଲେ । ସଂଘର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଶ୍ରୀଯୁକ୍ତ ସେଠୀଙ୍କୁ ଅବଗତ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.