ଗଜପତି ଜିଲ୍ଲା ସ୍ତରୀୟ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ

0 2

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସୋମବାର ଦିନ ଗଜପତି ଜିଲ୍ଲାରେ ବିଶ୍ୱ ମିତବ୍ୟୟିତା ଦିବସ ପାଳନ ଅବସରରେ ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା କାର୍ଯ୍ୟାଳୟ , ଗଜପତି ତରଫରୁ ସ୍ୱଳ୍ପ ସଞ୍ଚୟର ଉପକାରିତା ସମ୍ବନ୍ଧରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏକ ଭ୍ରାମ୍ୟମାଣ ଯାନ ସଞ୍ଚୟ ରଥ ଜିଲ୍ଲା ପରିକ୍ରମା ନିମନ୍ତେ ଜିଲ୍ଲା ସଦର। ମହକୁମା ପାରଳାଖେମୁଣ୍ଡି ଠାରୁ ଯାତ୍ରା ଆରମ୍ଭ କରିଛି ।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ସବୁଜ ପତାକା ଦେଖାଇ ସଞ୍ଚୟ ରଥକୁ ଶୁଭାରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ତଥା ବିତ୍ତିୟ ସମାବେଶନ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ପାଢୀ ଏବଂ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମଇ , ସ୍ୱଳ୍ପ ସଞ୍ଚୟ ପ୍ରତିନିଧିଗଣ , ସ୍ୱଳ୍ପ ସଞ୍ଚୟ ବିଭାଗର କର୍ମଚାରୀ ଅଜିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା କାର୍ଯ୍ୟାଳୟର କର୍ମଚାରୀ ଓ ସ୍ଥାନୀୟ ସ୍ୱଳ୍ପ ସଞ୍ଚୟ ଏଜେଣ୍ଟ ବୃନ୍ଦ ସଞ୍ଚୟର ଉପକାରିତା ବାର୍ତ୍ତା ସମ୍ବଳିତ ପ୍ଲାକାର୍ଡ ଧରି ତଥା ବିଭିନ୍ନ ସ୍ଲୋଗାନ ଦେଇ ଏକ ଶୋଭାଯାତ୍ରାରେ ବାହାରିଥିଲେ ।
ପ୍ରକାଶ ଥାଉକି ଓଡିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତ ତା୧୪.୧୧.୨୦୨୩ରିଖ ପର୍ଯ୍ୟନ୍ତ ସଞ୍ଚୟ ପକ୍ଷ ପାଳନ କରାଯିବ । ଏହି ପକ୍ଷରେ ଜିଲ୍ଲା ସଦର ମହକୁମାର ବିଭିନ୍ନ ସରକାରୀ ଅନୁଷ୍ଠାନ ତଥା ବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷ ରୋପଣ କରାଯିବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକୃତା ପ୍ରତିଯୋଗୀତା ଆୟୋଜନ କରାଯାଇ କନିଷ୍ଠ ଓ ବରିଷ୍ଠ ବର୍ଗରେ ଯଥାକ୍ରମେ ପ୍ରଥମ , ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବିଜୟୀ ପ୍ରତିଯୋଗୀଙ୍କୁ ୧୫୦୦ , ୧୦୦୦ ଓ ୫୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବା ପାଇଁ ସ୍ଥିର କରାଯାଇଛି । ତତ୍ ସଙ୍ଗେ ସଙ୍ଗେ ଜିଲ୍ଲାରେ ସର୍ବାଧିକ ସ୍ୱଳ୍ପ ସଞ୍ଚୟ ଆଦାୟ କରିଥିବା ତିନିଜଣ ଏସ୍.ଏ.ଏସ୍ ଏବଂ ଏମପିକେବିୱାଇ ଏଜେଣ୍ଟଙ୍କୁ ପୁରସ୍କୃତ କରାଯିବା ସହ ସମ୍ମାନିତ କରାଯିବ।

Leave A Reply

Your email address will not be published.