(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଅଚ୍ୟୁତାନନ୍ଦ ବିଦ୍ୟାପୀଠ ନେମାଳ ପରିସରରେ ସଂଚୟ ଓ ଆର୍ଥିକ ସେବା ସଂଗଠନ, ଜ଼ିଲ୍ଲା ପ୍ରଶାସନ, କଟକ ଆନୁକୂଲ୍ୟରେ ବିଶ୍ୱ ମିତବ୍ୟୟିତା ଦିବସ ରେ ଏକ ବୈଠକ ପ୍ରଧାନ ଶିକ୍ଷକ ସଚ୍ଚିଦାନନ୍ଦ ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଓଡିଶା ସରକାର ଅର୍ଥ ବିଭାଗ ଉପ ନିର୍ଦେଶକ ହରିଶ ମିଶ୍ର, ସହକାରୀ ନିର୍ଦେଶକ ରଞ୍ଜନ ଦାସ, ଜିଲ୍ଲା ସହକାରୀ ନିର୍ଦେଶକ ରଞ୍ଜନ ଦାସ, ଶିକ୍ଷୟତ୍ରୀ ଅମିତା ପଟ୍ଟନାୟକ, ସମାଜସେବୀ ମନୋଜ ମହାନ୍ତି, ବିମଳ ପ୍ରସାଦ ଦାସ, ଅମୀୟ ମହାନ୍ତି, ରମେଶ ଚନ୍ଦ୍ର ସ୍ୱାଇଁ, ଅର୍ଥ ବିଭାଗର ଉପ ଖଣ୍ଡ ଅଧିକାରୀ ବାସନ୍ତୀ ହାଇ ବରୁ ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ ସହ ସଂଚୟ ର ପ୍ରଣାଳୀ ଓ ଏହାର ଉପକାରିତା ସମ୍ପର୍କ ରେ ଆଲୋକପାତ କରି ଥିଲେ, ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ସଂଚୟ ସମ୍ପର୍କ ରେ ବିଭିନ୍ନ ପ୍ରଶ୍ନ ର ଉତ୍ତର ଦେଇ ପୁରସ୍କୃତ କରାଯାଇଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଭୈରବ କlସ୍ତ ଧନ୍ୟବାଦ ଦେଇ ଥିଲେ l ସେହିପରି ଭାବେ ଭଗବତୀ ବିଦ୍ୟାପୀଠ ମଣିଜଙ୍ଗ ଠାରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
Sign in
Sign in
Recover your password.
A password will be e-mailed to you.