ସମ୍ବଲପୁର, ୧୫/୧୧ ସମଲେଶ୍ଵରୀ ଓ ସମ୍ବଲପୁରୀ ସଂସ୍କୃତି ର ପରିସର ସୁଦୂର ପ୍ରସାରୀ । ପଶ୍ଚିମ ଓଡ଼ିଶା, ଓଡି଼ିଶା, ଭାରତର ସୀମା ସରହଦ ଡେଇଁ ସାରା ବିଶ୍ବରେ ପ୍ରସାରିତ ହେଲାଣି ବୋଲି କହିଛନ୍ତି ପଦ୍ମଶ୍ରୀ ହଳଧର ନାଗ ।
ବ୍ଯାଙ୍କ ଅଫ ବରୋଦାର ସମ୍ବଲପୁର ଆଞ୍ଚଳିକ କ୍ଷେତ୍ରର କର୍ମଚାରୀ ତଥା ସେମାନଙ୍କ ପରିବାରବର୍ଗଙ୍କୁ ନେଇ ଗଠିତ “ଉତ୍ସବ ପରିବାର” ପକ୍ଷରୁ ସ୍ଥାନୀୟ ରେଳବାଇ କମ୍ଯୁନିଟୀ ହଲରେ ଆୟୋଜିତ ନୂଆଁଖାଇ ଭେଟଘାଟ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପଦ୍ମଶ୍ରୀ ନାଗ ଏହା କହିଛନ୍ତି ।
ମୁଖ୍ୟବକ୍ତା ଭାବରେ ଯୋଗଦେଇ ଐତିହାସିକ ଦୀପକ କୁମାର ପଣ୍ଡା କହିଲେ ଆମେ ଯିଏ ଯେଉଁଠି ବି ରହୁନା କାହିଁକି, ଯେଉଁ ବୃତ୍ତି ରେ ରହିଲେ ସୁଦ୍ଧା ଆମର ମାଟି, ଐତିହ୍ୟ, ସଂସ୍କୃତି, ପରମ୍ପରା ସହିତ ବାନ୍ଧି ହୋଇ ରହିବା ଆବଶ୍ୟକ । ବରଗଡ ଉପ ଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଏ ଅବସରରେ ସମ୍ବଲପୁରୀ ନୃତ୍ୟ ଗୀତର କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ବ୍ଯାଙ୍କ ଅଫ ବରୋଦା ମ୍ୟାନ ବ୍ରାଞ୍ଚ ର ମୁଖ୍ୟ ସଂଗ୍ରାମ ବେହେରା, ଧନୁପାଲି ଶାଖାର ମୁଖ୍ୟ ଶ୍ରୀମତୀ ଜ୍ଯୋତ୍ସାମୟୀ ସାହୁ, କ୍ଷେତରାଜପୁର ଶାଖାର ମୁଖ୍ୟ ଆକାଶ ପାଣିଗ୍ରାହୀ, ଅଇଁଠାପାଲି ଶାଖା ମୁଖ୍ୟ ମୋତିଲାଲ ପଣ୍ଡା ପ୍ରମୁଖ ସଂଯୋଜନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.