ଗୁଣପୁର ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ ଓ ଧାରଣା ।

0 2

ଗୁଣୁପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି : ଅଜି ବିଭିନ୍ନ ଦାବି ନେଇ ସିପିଆଇ (ଏମ୍ଏଲ) ଲିବରେସନ ଆନୁକୂଲ୍ୟରେ ଗୁଣପୁର ବାଳିକା ଉଚ୍ଚ ବିଦ୍ୟାଳୟ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଗୁଣପୁର ପୌରପରିଷଦ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣାରେ ବସିଥିଲେ । ଏଥି ସହ ୧୫ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପୌରପରିଷଦ ର ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି।
ଗୁଣପୁର ପୌରପରିଷଦ ଅଧିନସ୍ଥ ୧୬ ନମ୍ଭର ୱାର୍ଡର କରାବାଙ୍କ ଓ ଦଣ୍ଡାସି ସାହି ର ଆଦିବାସୀ ଦଳିତ ଲୋକଙ୍କୁ ଜାଗା ମିଶନରେ ସାମିଲ କରି ଘର ନିର୍ମାଣ ପାଇଁ ଆର୍ଥିକ ସହାୟତା ଓ ଜାଗାର ପଟ୍ଟା ପ୍ରଦାନ କରିବା, ପୋୖରାଞ୍ଚଳର ଶ୍ରୀନଗର ଓ ଆଦର୍ଶ ନଗର ଅଞ୍ଚଳକୁ ପକ୍କା ରାସ୍ତା,ବିଦ୍ୟୁତ ଓ ଡ୍ରେନ ନିର୍ମାଣ, ବିନା ରସିଦରେ ଦୈନିକ ବଜାର ଓ ପାର୍କିଂ ଫି ଆଦାୟ ବନ୍ଦ କରି ତୁରନ୍ତ ଟେଣ୍ଡର ଡାକିବା , ଟାଉନ ପ୍ଲାନିଂ ଅନୁମୋଦନ ସମୟରେ ପୌର ପାଳିକାକୁ ମିଳିଥିବା ଶତାଧିକ ନିଖୋଜ ଜାଗା(ପ୍ଲଟ) ଚିହ୍ନଟ କରି ସୁରକ୍ଷା ବାଡ଼ ନିର୍ମାଣ, ପୌର ପାଳିକାର କେତେ ଜାଗା ରହିଛି ସାଧାରଣରେ ଘୋଷଣା କରିବା, ଜାଗା ଫାଇଲ ହଜେଇଥିବା ଅମୀନ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଲେ – ଆଉଟ ପ୍ଲାନ ପାଇଁ ନିଆଯାଉଥିବା ଦେୟ ସଂକ୍ରାନ୍ତରେ ସାଇନ ବୋର୍ଡରେ ଉଲ୍ଲେଖ କରିବା, ପୋୖରାଞ୍ଚଳରେ ଟାଉନପ୍ଲାନିଂ ଅନୁମୋଦନ ନଥାଇ ଜମି ବିକ୍ରି କରି ଲୋକଙ୍କୁ ଠକି ଥିବା ଜମି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ପୋୖର ପାଳିକାର ଜାଗା ଦୁର୍ନୀତିର ତଦନ୍ତ ପାଇଁ ଭଜିଲାନ୍ସକୁ ଦେବା, ମୁକ୍ତା ଓ ଅନ୍ୟାନ୍ୟ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନ ପ୍ରକଳ୍ପ ସଂକ୍ରାନ୍ତରେ ସୂଚନା ଫଳକ ଲଗାଇବା, ଉନ୍ନୟନ ପ୍ରକଳ୍ପ ଗୁଡ଼ିକର ଗୁଣବତ୍ତା ରକ୍ଷା କରିବା,ପୌର କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ପିସି ମୁକ୍ତ କରିବା, ସ୍ଵୟଂ ସହାୟକ ଗୋଷ୍ଠୀକୁ ଢାଲ କରି ମୁକ୍ତା ଓ ଗ୍ରୀନ ଫିଲଡ଼ ଯୋଜନାରେ ଠିକାଦାରଙ୍କ ଜରିଆରେ ହେଉଥିବା ଦୁର୍ନୀତିକୁ ବନ୍ଦ କରାଯିବା,ଗୋ ସୁରକ୍ଷା ପାଇଁ ଗୋଶାଳା ନିର୍ମାଣ, ମହିମା ନଗର ୧ ନମ୍ବର ୱାର୍ଡ ଘର କରି ରହୁଥିବା ଲୋକଙ୍କୁ ଜାଗା ମିଶନ ରେ ସାମିଲ କରି ପଟା ପ୍ରଦାନ କରିବା, ପୌର ପରିଷଦ ରେ ସରକାର ଜମି କୁ ବିକ୍ରି କରୁଥିବା ଜମିଦାର ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ସମସ୍ତ ୱlର୍ଡ ରେ ଗରିବମାନଙ୍କୁ ରେସନ୍ ପେନସନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଇ ଦେବା, ପାର୍କରେ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ଇତ୍ୟାଦି ଦାବି ରହିଛି । ଏହି ଦାବି ଗୁଡିକୁ ତୁରନ୍ତ ପୁରଣ ଦିଗରେ ଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ ନକଲେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ କହିଛନ୍ତି । ଆଜିର ଏହି ଗଣ ବିକ୍ଷୋଭରେ ତ୍ରିପତି ଗମାଙ୍ଗ (ସମ୍ପାଦକ)ସି ପି ଆଇ (ଏମଏଲ) ଲିବରେସନ ମୁଖ୍ୟ ବକ୍ତା ଭାବେ କାର୍ଯ୍ୟକ୍ରମ କୁ ଆଗେଇ ନେଇଥିବା ବେଳେ ବୃନ୍ଦାବନ ବିଡିକା , କୈଳାସ ଶବର , କୁନା ଶବର , ମାଣିକ ଶବର , ମିନ ଶବର , ରାଜେନ୍ଦ୍ର ଶବର , ସରସ୍ଵତୀ ଶବର ପ୍ରମୁଖ ସହଯୋଗ କରିଥିଲେ ।

 

Leave A Reply

Your email address will not be published.