ବେଲଗୁଣ୍ଠା ବ୍ଳକ୍ ଏବଂ ଏନ୍ଏସିର ସକ୍ରିୟ ବିଜେଡ଼ି କର୍ମୀଙ୍କ ପ୍ରଶିକ୍ଷଣ ଶିବିର

0 1

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବାର୍ତ୍ତାକୁ ପ୍ରତି ଘରେ ପହଞ୍ଚାଇବା ପାଇଁ ଆଜି ବେଲଗୁଣ୍ଠା ବ୍ଳକ୍ ଏବଂ ଏନଏସିର ସକ୍ରିୟ ବିଜେଡ଼ି କର୍ମୀଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମକୁ ଆସିକା ସାଂସଦ ପ୍ରମିଳା ବିଷୋୟୀ ଉଦ୍ଘାଟନ କରିଥିବାବେଳେ ଏଥିରେ ମୁଖ୍ୟ ଅତିଥି ରୂପେ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ବିଜେଡ଼ିର ଜନକଲ୍ୟାଣମୂଳକ ବାର୍ତ୍ତାକୁ ପ୍ରତି ଘରେ ପହଞ୍ଚାଇବା ପାଇଁ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇଥିଲେ I ସେହିପରି ସମ୍ମାନୀତ ଅତିଥି ରୂପେ ପୂର୍ବତନ ବ୍ରହ୍ମପୁର ବିଧାୟକ ତଥା ଜିଲ୍ଳା ବିଜେଡ଼ି ସଭାପତି ରମେଶ୍ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ,ରାଜ୍ୟ ଯୁବ ବିଜେଡ଼ି କାର୍ଯ୍ୟକାରୀ ସଭାପତି ତାପସ୍ ତ୍ରୀପାଠୀ,ରାଜ୍ୟ ମୁଖପାତ୍ର ସଞ୍ଜୟ ବାବୁ ଓ ଓମ ପ୍ରକାଶ ସାହୁ, ପ୍ରମୁଖ ଯୋଗ ଦେଇ ପ୍ରତ୍ୟେକ ଘରେ ନବୀନ ସରକାରଙ୍କ ବାର୍ତ୍ତାକୁ ପହଞ୍ଚାଇବା ପାଇଁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ I ଏଥିରେ ଅନ୍ୟତମ ଅତିଥି ରୂପେ ଜାଗା ମିଶନ୍ ଉପଦେଷ୍ଟା ଶାଶ୍ଵତୀ ମିଶ୍ର ଯୋଗ ଦେଇ ସହରାଞ୍ଚଳରେ ଭୂମି ହୀନ ବାସୀନ୍ଦା ମାନେ ସମ୍ମାନ ଓ ସ୍ୱାଭିମାନର ସହ ବଞ୍ଚିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ମାଗଣା ଜମି ପ୍ରଦାନ ଯୋଜନାର ଲାଭକୁ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାକୁ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇଥିଲେ I ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନଗର ବିଜେଡ଼ି ସଭାପତି ତଥା ସାଂସଦ ପ୍ରତିନିଧି ରବୀନ୍ଦ୍ର ନାଥ ମହାପାତ୍ର,ନଗରପାଳ ଫିରୋଜ ସେଠୀ,ଉପ ନଗରପାଳ ଟି ବବିତା କୁମାରୀ, ବ୍ଳକ୍ ବିଜେଡ଼ି ସଭାପତି ରାମେଶ୍ଵର ପାତ୍ର, ବ୍ଳକ୍ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ବ୍ଳକ୍ ଅଧ୍ୟକ୍ଷ ପ୍ରତିନିଧି ଉମା ନାୟକ,ପୂର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ ପ୍ରମୁଖ ଯୋଗ ଦେଇ ଆଗାମୀ ନିର୍ବାଚନରେ ଘରେ ଘରେ ବୁଲି ବିରୋଧୀ ଦଳଙ୍କ ଧୂଆଁବାଣ ସମ୍ପର୍କରେ ଜନତାକୁ ସଚେତନ କରିବା ସହ ସମସ୍ତ ଉନ୍ନତିମୂଳକ କାର୍ଯ୍ୟକ୍ରମ ନବୀନ ପଟ୍ଟନାୟକଙ୍କ ଯୋଗୁଁ ହିଁ ସମ୍ଭବ ହୋଇପାରିଛି ବୋଲି ବୁଝାଇବା ପାଇଁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ I ସେହିପରି ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା ବିଜେପିର ମିଛ ପ୍ରଚାର ଠାରୁ ଦୂରେଇ ରହିବା ପାଇଁ ମହିଳା ସଦସ୍ୟଙ୍କୁ ପରାମର୍ଶ ଦେଇଥିଲେ I କାର୍ଯ୍ୟକ୍ରମରେ ବେଲଗୁଣ୍ଠାର ବିଭିନ୍ନ ପଂଚାୟତରୁ ଆସିଥିବା ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପରିଷଦ ସଭ୍ୟ, ସମସ୍ତ ଜୋନ୍ ସଭାପତି, ଯୁବ ଛାତ୍ର ସଦସ୍ୟ , ଏନସିଏର ସମସ୍ତ କାଉନସିଲର୍, ସକ୍ରୀୟ ସଦସ୍ୟଙ୍କ ସମେତ 800 ରୁ ଊର୍ଦ୍ଧ୍ଵ ଦଳୀୟ କର୍ମୀ ଯୋଗ ଦେଇଥିଲେ I

Leave A Reply

Your email address will not be published.