କାଜିହାଟ ଠାରେ ଥିବା ଆର୍ଯ୍ୟ ସାଂସ୍କୃତିକ ପରିଷଦ ପକ୍ଷରୁ 39ତମ ହରପାର୍ବତୀ ଭଷାଣୀ ଉର୍ତ୍ସବ ଅନୁଷ୍ଠିତ

0

(ନିଶ୍ଚିନ୍ତକୋଇଲି -ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଜଇରାମପୁର ଗ୍ରାମ ପଞ୍ଚାୟତ କାଜିହାଟ ଠାରେ ଥିବା ଆର୍ଯ୍ୟ ସାଂସ୍କୃତିକ ପରିଷଦ ର 39ତମ ହରପାର୍ବତୀ ଭଷାଣୀ ଉର୍ତ୍ସବ ଗତ ରବିବାର ଶାନ୍ତି ଶୃଙ୍ଖଳା ରେ ଶେଷ ହୋଇଯାଇଛି l ସୁସଜ୍ଜିତ ଗାଡ଼ିରେ ହରପାର୍ବତୀ ମେଢ଼ କୁ ନିଆ ଯାଇ ଆଜାଦବଜାର ରୁ ପ୍ରସେସନ କରାଯାଇ ବେହେରା ସାହି, ଗୁଡ଼ିଆସାହି, କାଜିହାଟ ଦେଇ ମଦ୍ରାସା ନିକଟ ମହିଯୋଡ଼ା ରେ ବିସର୍ଜନ କରାଯାଇଥିଲା l ଏଥିରେ ପରିଷଦ ର ସଭାପତି ହିମାଂଶୁ ଶେଖର ଦାସ, ସମ୍ପାଦକ ଅଜୟ କୁମାର ଚୌଧୁରୀ, କୋଷାଧକ୍ଷ ଦିଲ୍ଲୀପ ମଲ୍ଲ, ସଭ୍ୟ ରମେଶ ଚନ୍ଦ୍ର ସ୍ୱାଇଁ, ସେକ ଅବୁ ତାଲିବ, ଶ୍ୟାମ ସୁନ୍ଦର ଦାସ, ଉମେଶ ଦାସ, ଦୀନବନ୍ଧୁ ସାହୁ, ଧରଣୀଧର ପରମାଣିକ, ଅର୍ଜୁନ ବେହେରା, ଗୌତମ ବେହେରା, ବୈଷ୍ଟମ୍ବ ବେହେରା, ଅଜୟ ବିଶ୍ୱାଳ,ଅନନ୍ତ ମଲ୍ଲ, ଲଷ୍ମୀକାନ୍ତ ସାହୁ, ସେକ ସଲାମତ,ସେକ ସନାଉଲ୍ଲାସମେତ ବହୁହିନ୍ଦୁ ମୁସଲିମ ଜନସାଧାରଣ ଯୋଗ ଦେଇ ଉପଭୋଗ କରିଥିଲେ l ସାଲେପୁର ପୋଲିସ ଓ ଶାନ୍ତି କମିଟି ଆଇନ ଶୃଖଳା ରକ୍ଷା କରିଥିଲେ l ତେବେ ଭାଇଚାରା ର ଏହି ଭଷାଣୀ ଶାନ୍ତି ଶୃଙ୍ଖଳା ରେ ଶେଷ ହୋଇଥିବାରୁ ସଭ୍ୟ ଶ୍ରୀ ସ୍ୱାଇଁ ସମସ୍ତ ଜନସାଧାରଣ ଙ୍କୁ ସହଯୋଗ ପାଇଁ କୃତଜ୍ଞତା ଜଣାଇଛନ୍ତି l

Leave A Reply

Your email address will not be published.