କାଶୀପୁର ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

0

ରାୟଗଡା /କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଳକ ସଦର ମହକୁମା ରେ ଜାଖ ଜଖମ ରେ ଆଜି ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ପର୍ଯ୍ୟୟ କ୍ରମେ ସାରା ରାଜ୍ୟରେ ଉକ୍ତ କାର୍ଯ୍ୟକ୍ରମ ଚାଲି ଆସୁଥିବାବେଳେ ଆଜି ରାୟଗଡା ଜିଲ୍ଲା ର ୧୧ ଟି ବ୍ଲକ ରେ ଏହି କାର୍ଯ୍ୟକ୍ରମ ଭିଡିଓ କଂଫେରେନ୍ସି ଦ୍ୱାରା ଅନୁଷ୍ଠିତ ହେଇଯାଇଛି । କାର୍ଯ୍ୟକ୍ରମ କୁ ଭିଡ଼ିଓ କଂଫେରେନ୍ସି ମାଧ୍ୟମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ ଟି ଅଧ୍ୟକ୍ଷ ଭି କେ ପଣ୍ଡିଆନ ପୌରହିତ କରିଥିବା ବେଳେ ସରକାରଙ୍କ ଉପଲବ୍ଧି ଉପରେ ଉପସ୍ଥିତ ସ୍ଥାନୀୟ ଜନସାଧାରଣ ଙ୍କୁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷା ଅନୁସିୟା ମାଝି ଉପସ୍ଥାପନ କରିଥିଲେ ।

ଯାହା ବର୍ତ୍ତମାନ ଏହି କାର୍ଯ୍ୟକ୍ରମ ରେ ସାମଗ୍ରିକ ବିକାଶ ଭଳି ଶିକ୍ଷା, ଯାତାୟାତ ଓ ମନ୍ଦିର ର ଉନ୍ନତି କରଣ ଯୋଗୁଁ ୧୨ କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ଆଞ୍ଚଳିକ ବିକାଶ ନିମନ୍ତେ କାଶୀପୁର ବ୍ଲକ ଅନ୍ତର୍ଗତ ୨୪ ଗୋଟି ଗ୍ରାମ ପଞ୍ଚାୟତ କୁ ପ୍ରତି ପଞ୍ଚାୟତ ରେ ୫୦ ଲକ୍ଷ୍ୟ ଟଙ୍କା ଭାବେ ଆର୍ଥିକ ରାଶି ପ୍ରଦାନ କରିଥିବା ଫାଇଭ ଟି ଅଧକ୍ଷ ଭି କେ ପଣ୍ଡିଆନ ନିଜ ବକ୍ତବ୍ୟ ରଖିଥିଲେ ।

କାର୍ଯ୍ୟକ୍ରମ କୁ ବ୍ଲକ ପ୍ରଶାସନ ପକ୍ଷରୁ ବିଏସଏସଓ ରମାକାନ୍ତ କୁମ୍ଭରିକା ଓ ଓଏଲଏମ କିଶୋର କରକରିଆ ସମ୍ପୂର୍ଣ୍ଣ ଭାବେ ପରିଚାଳନା କରିଥିବା ବେଳେ ଉପ ଜିଲ୍ଲାପାଳ କଲ୍ୟାଣି ସଂଘମିତ୍ରା ଦେବୀ , କାଶୀପୁର ବିଡ଼ିଓ ମନୀଷା ଦାସ , କାଶୀପୁର ତହସିଲଦାର ସୁନୀଲ କୁମାର ପ୍ରଧାନ , ବ୍ଲକ ଅଧ୍ୟକ୍ଷ କଣ୍ଠେଶ୍ୱର ମାଝିଙ୍କ ସମେତ ବ୍ଳକ ପ୍ରତିନିଧିଙ୍କ ମଧ୍ୟରୁ ୨୪ଟି ପଞ୍ଚାୟତରୁ ସରପଞ୍ଚ ଓ ସମିତି ସଭ୍ୟ ତଥା ୪୭୦୦ ଜଣ ମହିଳା ପୁରୁଷ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.