ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୩୦/୧୦/୨୩ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ଡିଗ୍ରୀ ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ଶଙ୍କର ପ୍ରସାଦ ଗନ୍ତାୟତ ଙ୍କ ଅଧ୍ୟକ୍ଷତାରେ ଭିଜିଲାନ୍ସ ସପ୍ତାହ ପାଳିତ ହୋଇଯାଇଛି।ଅଧ୍ୟକ୍ଷ ଶଙ୍କର ପ୍ରସାଦ ଗନ୍ତାୟତ ଭିଜିଲାନ୍ସ ସପ୍ତାହ ପାଳନ ର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ।ଦୁର୍ନୀତି ମୁକ୍ତ ସମାଜ ଗଠନ କରିବାକୁ ହେଲେ ସାଧୁତା ଓ ସଚ୍ଚୋଟତା ବଜାୟ ରଖିବା ଆବଶ୍ୟକ ବୋଲି କହିଥିଲେ। ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାକୁ ହେଲେ ଆମକୁ ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଦୁର୍ନୀତି କୁ ମୂଳ ଉତ୍ପାଟନ କରିବା ଆବଶ୍ୟକ ବୋଲି କହିଥିଲେ। ଡଗ୍ରୀ ମହାବିଦ୍ୟାଳୟ ର ଅଧ୍ୟାପିକା ଉର୍ମିଳା ବ୍ରହ୍ମା କୌଣସି ଅଧିକାରୀ ଲାଞ୍ଚ ମାଗୁଥିଲେ ତୁରନ୍ତ ଭିଜିଲାନ୍ସ ଅଧିକାରୀଙ୍କୁ ଖବର ଦେବାକୁ କହିଥିଲେ। ବକ୍ତିଗତ ଆଚରଣ ଉପରେ ସାଧୁତା ବଜାୟ ରଖିବାକୁ କହିଥିଲେ।ଏହି ଅବସରରେ କେବେ କାହାରିକୁ ଲାଞ୍ଚ ନ ଦେବା ପାଇଁ ସମସ୍ତ ଙ୍କୁ ଶପଥ ପାଠ କରିଥିଲେ।ଏହି କାର୍ଯ୍ୟକ୍ରମରେ ଭୈରବ ସ୍ନାତକ ମହାବିଦ୍ୟାଳୟ ର ଅଧ୍ୟାପିକା ଉର୍ମିଳା ବ୍ରହ୍ମା, ପୁଷ୍ପାଞ୍ଜଳି ସାହୁ, ଚନ୍ଦନା ପଣ୍ଡା, ମନିଷା ସରକାର, ଅଧ୍ୟାପକ ଦୟାରାମ ମନୋହର, ମହେନ୍ଦ୍ର ଦେବର ପଲ୍ଲୀ ଓ ପଞ୍ଚାନନ ପୂଜାରୀ ଙ୍କ ସହ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.