ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଶପଥ ପାଠ

0

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡ:-ତା.୩୦/୧୦- ଦୁର୍ନୀତି ନିବାରଣ ସପ୍ତାହ ୨୦୨୩ ପାଳନ ଅବସରରେ ଆଜି ତା ୩୦/୧୦/୨୦୨୩ ରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଶପଥ ପାଠ କରାଯାଇଥିଲା l ସ୍ଥାନୀୟ ଚିନ୍ତନ କକ୍ଷ ଠାରେ ରାୟଗଡ ଜିଲାପାଳ ସ୍ୱଧା ଦେଵ ସିଂ ସମସ୍ତ କର୍ମଚାରୀ ମାନଙ୍କୁ ଦୁର୍ନୀତି ନିବାରଣ ଉପରେ ସ୍ୱପଥ ପାଠ କରାଇଥିଲେ l,
ଡେପୁଟି କଲେକ୍ଟର ସୂର୍ଯ୍ୟମାନୀ ଭୋଇ, ସହକାରୀ ଜିଲ୍ଲାପାଳ ଭଂଜନ କହଁର, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ଶାଖାର ଅଧିକାରୀ, ସେକ୍ସନ ଅଫିସର,ବିଭିନ୍ନ କାର୍ଯ୍ୟାଳୟର କର୍ମଚାରୀ ମାନେ ଶପଥ ଗ୍ରହଣ କରିଥିଲେ l ସେହିପରି ଉପଜିଲ୍ଲାପାଳ ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେବୀ ତାଙ୍କ କାର୍ଯ୍ୟାଳୟରେ ସମସ୍ତ କର୍ମଚାରୀ, ଅନୁବିଭାଗୀୟ ଅଧିକାରୀ ମାନଙ୍କୁ ସ୍ୱପଥ ପାଠ କରାଇଥିଲେ l ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ଓ ଉପଖଣ୍ଡ ଓ ବ୍ଲକ କାର୍ଯ୍ୟାଳୟରେ ପାଳନ କରାଯାଇଛି l ଭିଜିଲାନ୍ସ ଡ଼ିଏସପି ଶ୍ରୀମତୀ ତରୁଲତା ବେହେରାଙ୍କ ତତ୍ୱାବଧାନରେ ଆସନ୍ତା ୩୧/୧୦/୨୩ରିଖରୁ ତା ୫/୧୧/୨୩ରିଖ ଭିତରେ ଜିଲ୍ଲାର ସମସ୍ତ ବ୍ଲକର ଯେକୌଣସି ଦୁଇଟି ଲେଖାଏଁ ଗ୍ରାମ ପଂଚାୟତରେ ସଚେତନତା ଗ୍ରାମସଭା ଆୟୋଜନ କରାଯିବ l ଆସନ୍ତା ତା ୦୩/୧୧/୨୩ରିଖ ଦିନ ଜିଲ୍ଲାସ୍ଥରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l

Leave A Reply

Your email address will not be published.