ନିଶ୍ଚିନ୍ତକୋଇଲି ବ୍ଲକ ରେ ନୂତନ ବିଡ଼ିଓଙ୍କ ଯୋଗଦାନ

0 2

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ରେ ନୂତନ ବିଡ଼ିଓ ଭାବେ ଧର୍ମରଂଜନ ପଣ୍ଡା ଗୁରୁବାର ଦିନ ଯୋଗ ଦେଇଛନ୍ତି । ଶ୍ରୀ ପଣ୍ଡା ଏହା ପୂର୍ବରୁ ଗରଦପୁର ବ୍ଲକରେ କାର୍ଯ୍ୟରତ ଥିଲେ । ବିଡ଼ିଓଙ୍କ ଯୋଗଦାନ ପରେ ତାଙ୍କୁ କାର୍ଯ୍ୟାଳୟ ପକ୍ଷରୁ ସହକାରୀ ଯନ୍ତ୍ରୀ ନଳିନୀକାନ୍ତ ମହାପାତ୍ର , ଅତିରିକ୍ତ ବିଡ଼ିଓ ଅଶୋକ କୁମାର ମହାନ୍ତିଙ୍କ ସମେତ ସମସ୍ତ କର୍ମଚାରୀ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ବ୍ଲକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ପ୍ରାକ୍ତନ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର, ଜୋନ୍ ସଭାପତି ଜ୍ୟୋତି ପ୍ରକାଶ ସ୍ୱାଇଁ, ଅନିଲ କୁମାର ଭୂୟାଁ,ପ୍ରମୋଦ ସ୍ୱାଇଁ, ବ୍ଳକ ଯୁବ ବିଜେଡ଼ି ସଭାପତି ଜ୍ଞାନରଂଜନ ରାଉତ, ଜିଲ୍ଲା ଯୁବ ବିଜେଡ଼ି ଉପସଭାପତି ବିନୋଦ ସାମଲ ଙ୍କ ସମେତ ବହୁ ଜନପ୍ରତିନିଧି ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଶୁଭେଚ୍ଛା ଜଣାଇଛନ୍ତି । ଗତ କିଛିଦିନ ହେବ ଏହି ବ୍ଲକରେ ବିଡ଼ିଓ ପଦବୀ ଖାଲି ପଡ଼ିଥିବାରୁ ଜନସାଧାରଣ ମାନେ ବିଭିନ୍ନ ସେବା ପାଇବା ପାଇଁ ହଇରାଣ ହରକତ ହେଉଥିଲେ । ନୂତନ ବିଡ଼ିଓ ଯୋଗଦାନ ପରେ ସେ ପ୍ରଥମେ ଜନସାଧାରଣ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ୱ ଦେବା ସହିତ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି କରିବା ଏବଂ ସରକାରୀ ଯୋଜନା ଗୁଡ଼ିକର ସଫଳ ରୂପାୟନ ଦିଗରେ ଅଧିକ ନଜର ଦେବେ ବୋଲି ତାଙ୍କ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.