ସେଣ୍ଟ ଜାଭିୟର୍ସ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ;ଶିଶୁ ହେଉଛନ୍ତି ହସ ଓ ଆସନ୍ତାକାଲିର ଆଶା ଓ ଭରସା : ଅଧ୍ୟକ୍ଷା

10

ବେଲଗୁଣ୍ଠା,୧୪/୧୧,-(ଶିବରାମ ଚୌଧୁରୀ )-ଭଞ୍ଜନଗରସ୍ଥିତ ସେଣ୍ଟ ଜାଭିୟର୍ସ ଉଚ୍ଚ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶିଶୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ଚେୟାରମ୍ୟାନ୍ ସୁଧୀର ଶଙ୍କର ପଣ୍ଡା ଓ ଡାଇରେକ୍ଟର ଗୀତାଞ୍ଜଳି ପରିଡ଼ାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉତ୍ସବରେ ରୋଟାରୀ କ୍ଲବ୍ ସଭାପତି କେ. ସଞ୍ଜୀବ ଚୌଧୁରୀ, ପୂର୍ବତନ ସଭାପତି ରଞ୍ଜିତ ବାରିକ, ବେଲଗୁଣ୍ଠା ପ୍ରେସକ୍ଲବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଶିକ୍ଷାବିତ୍ ରାମକୃଷ୍ଣ ପାତ୍ର ଓ ସମାଜସେବୀ ପପୁ ବେହେରା ଅତିଥି ଭାବେ ଯୋଗ ଦେଇଥିଲେ।ବିଦ୍ୟାଳୟର ଅଧ୍ୟକ୍ଷା ସୁନନ୍ଦିନୀ ସାହୁ ନିଜ ଅଭିଭାଷଣରେ ଶିଶୁମାନେ ହେଉଛନ୍ତି ହସର ପ୍ରତୀକ ଏବଂ ଆସନ୍ତାକାଲିର ଆଶା ଓ ଭରସା ବୋଲି ମତବ୍ୟକ୍ତ କରିଥିଲେ। ଶିଶୁମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ ସହ ସେମାନଙ୍କୁ ଉତ୍ତମ ମଣିଷ ଭାବେ ଗଢ଼ିତୋଳିବା ଦିଗରେ ଶିକ୍ଷକ ଓ ଅଭିଭାବକଙ୍କ ଭୂମିକା ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ।ଏହି ଅବସରରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଆକର୍ଷଣୀୟ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରି ଛାତ୍ରଛାତ୍ରୀଙ୍କ ମନୋରଞ୍ଜନ କରିଥିଲେ। ଶେଷରେ ଶିକ୍ଷକ କେ. ଶଙ୍କର ଆଚାରୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.