ଓଡ଼ିଶା ଭୂଗୋଳ ନୁହେଁ, ଏକ ମହାଭାବ : ପ୍ର.ଗଣେଶୀ ଲାଲ୍

0 1

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ରାଜ ଭବନରେ ବିଦାୟ ସମ୍ବର୍ଦ୍ଧନା

“ମୋ ଚେତନାର ଅନନ୍ୟ ଉଦ୍ଧ୍ୱର୍ଉଡ଼ାଣ ଘଟିଛି ଏଇ ଭୂମିରେ”

ଭୁବନେଶ୍ୱର(ଶାସକ ପ୍ରଶାସକ)- ଓଡ଼ିଶାର ସେବା କରିବାର ସୁଯୋଗ ପାଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି । ଓଡ଼ିଶା ମୋର ଚିନ୍ତା ଓ ଚେତନାକୁ ଉତ୍ତରିତ କରିଛି । ଓଡ଼ିଶା ମୋତେ ବହୁତ ଶିଖାଇଛି । ଓଡ଼ିଆମାନଙ୍କର ଅନାବିଳ ସ୍ନେହ, ଶ୍ରଦ୍ଧା ଓ ସମ୍ମାନକୁ କେବେବି ଭୁଲିପାରିବି ନାହିଁ । ଏ ମାଟିର ବିଶେଷ ସୌନ୍ଦର୍ଯ୍ୟ ଓ ମାଧୁର୍ଯ୍ୟ ରହିଛି । ଓଡ଼ିଶା ଭୂଗୋଳ ନୁହେଁ, ଏକ ମହାଭାବ, ଯାହାର ଭିତ୍ତି ଓ ଆଧାର ହେଉଛି ବିଶ୍ୱଜନପ୍ରୀତି । ଆଗାମୀ ଦିନରେ ଓଡ଼ିଶା ସମଗ୍ର ପୃଥିବୀକୁ ମାର୍ଗ ଦର୍ଶନ କରାଇବ ବୋଲି ପ୍ରଫେସର ଗଣେଶୀ ଲାଲ୍ ପ୍ରକାଶ କରିଛନ୍ତି ।
ଆଜି ରାଜଭବନରେ ଆୟୋଜିତ ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ରାଜ୍ୟପାଳ ପ୍ରଫେସର ଲାଲ୍ କହିଲେ ଯେ, ଓଡ଼ିଶା ହେଉଛି ଏକ ପୁଣ୍ୟଭୂମି । ଏ ମାଟିରେ ଯେ ପାଦ ଥାପିବ, ତା’ର ସ୍ୱାଭାବିକ ଉତ୍ତରଣ ଘଟିବ । ମୋ ଚେତନାର ଅନନ୍ୟ ଉଦ୍ଧ୍ୱର୍ଉଡ଼ାଣ ଘଟିଛି ଏଇ ଭୂମିରେ । ଏ ମାଟି ଓ ଏହାର ପୁଣ୍ୟବନ୍ତ ମଣିଷମାନଙ୍କୁ ମୋର କୋଟି ପ୍ରଣାମ ।
ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ, ଲେଖା ନିୟନ୍ତ୍ରକ ଗୌତମ ଚୌଧୁରୀ, ଏଡିସି ଚିନ୍ମୟ ନାୟକ, ହିମାଂଶୁ ସିଂ, ରାଜ୍ୟପାଳଙ୍କ ଲୋକସଂମ୍ପର୍କ ଅଧିକାରୀ ରକ୍ଷକ ନାୟକ, ସଂଗ୍ରାମ ଦେଓଭଞ୍ଜ ପ୍ରମୁଖ ରାଜ୍ୟପାଳଙ୍କ ସହିତ ସମ୍ପର୍କ ଓ ସପୃକ୍ତିର ଅନୁଭବ ଓ ଉପଲବ୍ଧି ବିଷୟରେ କହିଥିଲେ । ରାଜଭବନର ସମସ୍ତ କର୍ମଚାରୀ ଓ ଅଧିକାରୀ ଉପସ୍ଥିତ ଥିଲେ ।

 

 

Leave A Reply

Your email address will not be published.