ଡାବୁଗାଁ ଶିଶୁ ମନ୍ଦିର ରେ ଶିଶୁ ଦିବସ ଓ ସହଭୋଜ କାର୍ଯ୍ୟକ୍ରମ ଅନୁଷ୍ଠିତ

9

ଡାବୁଗାଁ _ ଯଶୋବନ୍ତ ପରିଚ୍ଛା (ଶାସକ ପ୍ରଶାସକ)ତା ୧୪/୧୧/୨୬ ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିର ରେ ଆଜି ଶିଶୁ ଦିବସ ସହ ସହ ଭୋଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ସତ୍ୟ ନାରାୟଣ ଚୌଧୁରୀ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିଶୁ ମନ୍ଦିର ପରିଚାଳନା କମିଟି ର ସଭାପତି ସୂର୍ଯ୍ୟ ନାରାୟଣ ସୁବୁଦ୍ଧି ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ।ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟି ସମ୍ପାଦକ ସଞ୍ଜୟ କୁମାର ପାଢ଼ୀ ମଞ୍ଚାସିନ ଥିଲେ ।ସମ୍ମାନିତ ଅତିଥି ସଞ୍ଜୟ ପାଢ଼ୀ ଶିଶୁ ଭାଇ ଓ ଭଉଣି ମାନଙ୍କୁ ଶିଶୁ ଦିବସ ର ମହତ୍ତ୍ଵ ସମ୍ପର୍କରେ କହିଥିଲେ।ଦେଶର ପୂର୍ବତନ ପ୍ରଧାନ ମନ୍ତ୍ରୀ ଜଵାହାର ଲାଲ ନେହେରୁ ଶିଶୁ ମାନଙ୍କୁ ବହୁତ ଭଲ ପାଉ ଥିବାରୁ ନଭେମ୍ବର ମାସ ୧୪ ତାରିଖ ତାଙ୍କ ଜନ୍ମ ଦିବସ ରେ ଶିଶୁ ଦିବସ ପାଳିତ ହୋଇ ଆସୁଥିବା କହିଥିଲେ। ଶିଶୁ ମାନେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭଲ ମଣିଷ ଟିଏ ହେବା ସହ ଜିଲ୍ଲା ଓ ଦେଶର ନାମ ରଖିବାକୁ କହିଥିଲେ।ଲିଲି ଗୁରୁମା ପୂର୍ବତନ ପ୍ରଧାନ ମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହେରୁ ଙ୍କ ଜନ୍ମ ବୃତ୍ତାନ୍ତ,ରାଜନୈତିକ ପୁଷ୍ଟପୋଷକ,ଓ ଦେଶ ସ୍ୱାଧୀନତାର ତାଙ୍କ ଅବଦାନ ସମ୍ପର୍କରେ ବିସ୍ତୃତ ଭାବେ କହିଥିଲେ। ଏହି ଅବସରରେ ଶିଶୁ ମାନଙ୍କ ଦ୍ଵାରା ଶ୍ରେଣୀ ଅନୁଯାଇ ବିଭିନ୍ନ ଖେଳକୁଦ, ଫେନ୍ସୀ ଡ୍ରେସ ,ଓପନ କୁଇଜ୍, ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ନିତ୍ୟାନନ୍ଦ ଗୁରୂଜି , ପ୍ରଦୀପ ଗୁରୁଜି, ଆଶିଷ ଗୁରୁଜି, ସହ ସମସ୍ତ ଗୁରୁଜୀ ଗରୁମା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏହାପରେ ଶିଶୁ ଭାଇ ଭଉଣୀ ଓ ଅଭିଭାବକ ମାନଙ୍କୁ ନେଇ ସହଭୋଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.