ଆଳିଆ ଖଣ୍ଡlୟତ ସମାଜର କାର୍ଯ୍ୟକାରିଣୀ ବୈଠକ

8


ବେଲଗୁଣ୍ଠା, ୧୪/୧୧, -(ଶିବରାମ ଚୌଧୁରୀ )-
ମା କୁଳଗଙ୍ଗା ନିଖିଳ ଉତ୍କଳ ଆଳିଆ ଖଣ୍ଡାୟତ ସମାଜ କେନ୍ଦ୍ରୀୟ କାର୍ଯ୍ୟାଳୟ ରେ ସମଗ୍ର ଜାତି ସଂଗଠନ ର ଜର୍ମକର୍ତ୍ତା ଙ୍କୁ ନେଇ ଆଜି କେନ୍ଦ୍ରୀୟ କାର୍ଯ୍ୟାଳୟ ରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି. ବୈଠକ ରେ ମା କୁଳଗଙ୍ଗା ଙ୍କୁ ଆବାହନ କରାଯାଇ କେନ୍ଦ୍ରୀୟ ସଦସ୍ୟ କପିଳେଶ୍ଵର ବିଶ୍ୱାଳ ଦୀପପ୍ରଜ୍ଜୁଳନ କରିଥିଲେ l ପୂର୍ବତନ ନିର୍ବାଚନ ଅଧିକାରୀ ଅନିଲ କୁମାର ନାହାକ ବୈଠକ କୁ ସଂଯୋଜନା କରିଥିଲେ l ବୈଠକ ରେ ଉପସ୍ଥିତ ସମସ୍ତ କର୍ମକର୍ତା ଙ୍କ ସାମୁହିକ ମତାମତ ପରେ ଆଗାମୀ ୨୨ତାରିଖ ରବିବାର ଦିନ ୧୧-୩୦ ସମୟରେ କେନ୍ଦ୍ରୀୟ ସାଧାରଣ ବୈଠକ ଆବାହନ କରାଯାଇ କେନ୍ଦ୍ରୀୟ କୁଳାଧିପତି ସହ କେନ୍ଦ୍ରୀୟ କର୍ମକର୍ତା ଚୟନ କରାଯିବ ପାଇଁ ସର୍ବସନମତି ରେ ପ୍ରସ୍ତାବ ଗୃହୀତ ହୋଇଥିଲା l ତତସହ କୁଳସଂଗଠନ ବିରୋଧରେ ସୃଷ୍ଟି ହେଉଥିବା କୌଣସି ଗୁଜବ କୁ ଗ୍ରହଣ ନକରି ସମସ୍ତ ଙ୍କ ସହଯୋଗରେ ଜାତିସଂଗଠନ କୁ ସୁଦୃଢ କରିବା ପାଇଁ କୁଳାଧିପତି ପ୍ରହ୍ଲାଦ ଲେଙ୍କା ସମସ୍ତଙ୍କୁ ନିବେଦନ କରିଥିଲେ l

Leave A Reply

Your email address will not be published.