ମୟୂରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ଶାସକ ପ୍ରଶାସକ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ୪୯ ନମ୍ବର ଜାତୀୟ ରାଜପଥ ମାଆ ଦୁଆରସୁଣୀ ଘାଟି ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ବେଙ୍ଗଲ ରାଜ୍ୟର ପଶ୍ଚିମ ମେଦନାପୂର୍ ଅଂଚଳରୁ ଏକ OD 01 9922 ନମ୍ବର ବିଶିଷ୍ଟ ଇନୋଭା ଗାଡ଼ିରେ ମାଙ୍କୁ ଦର୍ଶନ କରିବା କୁ ଆସି ଦର୍ଶନ କରି ଫେରୁ ଥିବା ସମୟରେ ପ୍ରାୟ ପ୍ରତଦିନ ଭଳି ଘାଟି ରାସ୍ତା ଜାମ୍ ଥିବା ବେଳେ ଆଜି ମଧ୍ୟ ଜାମ ଭିତରେ ଇନଭା ଗାଡ଼ିଟି ଫଶୀ ଯାଇଥିବା ବେଳେ ପଛ ପଟୁ WB 23D 0251 ନମ୍ବର ବିଶିଷ୍ଟ ଏକ ମାଲବାହୀ ଟ୍ରକ୍ ଆସି ଧକ୍କା ଦେଇଥିଲା ଫଳରେ ଆଗରେ ଥିବା ଟ୍ରକ୍ ଏବଂ ପଛ ପଟରୁ ଧକ୍କା ଦେଇଥିବା ଟ୍ରକ୍ ମଧ୍ୟରେ ଇନୋଭା ଗାଡ଼ି ଟି ଚାପି ହୋଇ ଯାଇ ଥିଲା। ତେବେ ପୋଲିସ ଏବଂ ଦମକଳ ବାହିନୀ ଖବର ପାଇ ଘଟଣାସ୍ଥଳ କୁ ଆସି ଗାଡ଼ି ଭିତରେ ଥିବା ଡ଼୍ରାଇଭର ସହିତ ୭ ଜଣ ଲୋକଙ୍କୁ ଗ୍ୟାସ କଟର ସାହାଯ୍ୟରେ କାଟି ଉଦ୍ଧାର କରି ସ୍ଥାନୀୟ ବାଙ୍ଗିରିପୋଷି ଡାକ୍ତରଖାନା କୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଡ଼ାକ୍ତର ୨ ଜଣ ମହିଳାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ୨ ଜଣ ମହିଳାଙ୍କୁ ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ପି ଆର୍ ଏମ ଡାକ୍ତରଖାନା କୁ ପଠାଇ ଥିବା ଏବଂ ଅନ୍ୟ ୫ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ତାଙ୍କୁ ଡ଼ାକ୍ତର ଚିକିତ୍ସା କରି ଥିବା ବେଳେ ପୋଲିସ ୩୦୯/୨୩ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି । ତେବେ କେନ୍ଦ୍ର ଆଉ ରାଜ୍ୟ ସରକାର ଙ୍କ ନିରବତା କୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି। ପ୍ରତିଦିନ ଘାଟି ରାସ୍ତା ରେ ଏପରି ଦୁର୍ଘଟଣା ରେ ନିରୀହ ଜୀବନ ଚାଲିଯାଉଥିବା କୁ ନେଇ ରାସ୍ତାର ସମ୍ପ୍ରସାରଣ ହେଉନଥିବା କାରଣ କୁ ଦର୍ଶାଇ ପ୍ରଶାସନ ର ଅବହେଳା ରୁ ଏପରି ଦୁର୍ଘଟଣା ଘଟୁଛି ବୋଲି ସାଧାରଣରେ ଚର୍ଚ୍ଚା ର ବିଷୟ ପାଲଟିଛି ।
Sign in
Sign in
Recover your password.
A password will be e-mailed to you.