https://youtu.be/Rok7K2Gv7sY
ଛାତ୍ର ଛାତ୍ରୀ ମାନେ ହେଲେ ମାଟି ପିଣ୍ଡୁଳା ସେମାନଙ୍କୁ ଉତ୍ତମ ଭାବେ ଗଢି ତୋଳିବାରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଗୁରୁଦାୟିତ୍ୱ ରହିଛି ଏବଂ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ରହିଥିବା ଅନ୍ତର୍ନିହିତ ଗୁଣକୁ ପରିସ୍ପୁଟନ କରିବାରେ ସୁରଭି କାର୍ଯ୍ୟକ୍ରମ ଅନ୍ୟତମ- ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା
(ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2023 ଓ ଓଡିଶା ମିଲଟେସ ପ୍ରତିଯୋଗିତା ମାହାଙ୍ଗା ବ୍ଲକ ପ୍ଲଲିସାହି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ମାହାଙ୍ଗା ଗୋଷ୍ଠି ଶିକ୍ଷାଧିକାରୀ ଚକ୍ରଧର ବେହେରା ଙ୍କ ସଭାପତିତ୍ବ ରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ସୁରଭି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନ୍ତର୍ନିହିତ ଗୁଣର ବିକାଶ ହୋଇପାରିବ ଏବଂ ଛାତ୍ର ଛାତ୍ରୀ ହେଉଛନ୍ତି ମାଟି ପିଣ୍ଡୁଳା, ଆସନ୍ତା କାଲିର ଭବିଷ୍ୟତ ସେମାନଙ୍କୁ ଗଢି ତୋଳିବା ରେ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ମାନଙ୍କ ଗୁରୁ ଦାୟିତ୍ୱ ରହିଛି ବୋଲି ମତପ୍ରକାଶ କରିଥିଲେ l ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷା ଦୀପା ମଲିକ, ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟା ସୁସ୍ମିତା ଦାସ, ସରପଞ୍ଚ ରଶ୍ମିରଂଜନ ରାଉତ, ସମିତିସଭ୍ୟ ଦୀପକ ରଞ୍ଜନ ଦାସ, ଶିକ୍ଷାବିତ ଚୌଧୁରୀ ରମାକାନ୍ତ ପ୍ରହରାଜ, ପ୍ରଧାନଶିକ୍ଷକ ଅଜୟ କୁମାର ମହାନ୍ତି ଙ୍କ ସମେତ ସମସ୍ତ ସିଆରସିସି, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ମାନେ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସମଗ୍ର ମାହାଙ୍ଗା ବ୍ଲକର 18 ଗୋଟି କ୍ଳଷ୍ଟର ରୁ ଯେଉଁ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିଲେ ସେମାନେ ଏହି ମାହାଙ୍ଗା ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2023 ଓ ମିଲେଟସ ପ୍ରତିଯୋଗିତା ରେ ଭାଗ ନେଇଥିଲେ l ବ୍ଲକ ସ୍ତରରୁ ମନୋନୀତ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଜିଲ୍ଲା ସ୍ତରକୁ ମନୋନୀତ କରାଯାଇଥିଲା l ସମସ୍ତ କୃତୀ ପ୍ରତିଯୋଗୀ ମାନଙ୍କୁ ମୁଖ୍ୟଅତିଥି ପ୍ରତାପ ଜେନା ପୁରସ୍କାର ବିତରଣ କରିଥିଲେ l ସେହିପରି ଭାବେ ଉଦଯାପନୀ ଉତ୍ସବ ରେ ପ୍ରଧାନଶିକ୍ଷକ ଅଜୟ ମହାନ୍ତି ଙ୍କ ସଭାପତିତ୍ବ ରେ ମୁଖ୍ୟଅତିଥି ଭାବେ ବିଡ଼ିଓ ଅମୀୟ କୁମାର ପଣ୍ଡା, ଅତିଥି ଭାବେ ଷ୍ଟେଟ ବ୍ୟାଙ୍କ କ୍ଷେତ୍ରୀୟ ପ୍ରବନ୍ଧକ ସୁବାସ ଚନ୍ଦ୍ର ବେହେରା, ପୂର୍ବତନ ବ୍ଲକ ଅଧକ୍ଷ ସରୋଜବନ୍ଧୁ ଦାସ, ବିଇଓ ଚକ୍ରଧର ବେହେରା, ଏବିଇଓ ସୋମନାଥ ରାମ, ସଂଯୁକ୍ତା କୁମାର ଭୋଇ, ମଣ୍ଡଳ ସାଧନ ସଂଯୋଜକ ଚୈତନ୍ୟ ଚରଣ ଦାସ ଙ୍କ ସମେତ ସମସ୍ତ ଶିକ୍ଷକ, ସିଆରସିସି ଯୋଗଦାନ କରି ସୁରଭି କାର୍ଯ୍ୟକ୍ରମ ମୁଖ୍ୟ ଉଦେଶ୍ୟ ସମ୍ପର୍କରେ ମତ ପ୍ରକାଶ କରିଥିଲେ l ଏହି ଅବସରରେ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବହୁ ପ୍ରତିଯୋଗିତା କରାଯାଇଥିଲା ବେଳେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ର, ଛାତ୍ରୀ, ଅଭିଭାବକ ମାନେ ପୃର୍ଣ୍ଣ ସହଯୋଗ କରିଥିଲେ l