ରାଜ ବୋଡାସମ୍ବର ଓ ପାଇକମାଲ ବ୍ଳକ୍ ରେ ଶୁଭାରମ୍ଭ ହେଲା “ଆମ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମ l

0 2

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ଅପୂର୍ବ ଆନନ୍ଦ ଓ ହର୍ସଉଲ୍ଲାସ ମଧ୍ଯରେ ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡରେ ଲୋକାର୍ପିତ ହୋଇଛି ଓଡ଼ିଶା ସରକାରଙ୍କର ଐତିହାସିକ ଯୋଜନା ଆମ ଓଡ଼ିଶା ନବୀନ ଓଡ଼ିଶା । ଏହା ସହ ପଦ୍ମପୁର ଉପଖଣ୍ଡର ଗାଁ -ଗାଁରେ ଆରମ୍ଭ ହୋଇଛି ବିକାଶର ନୂଆ ଯୁଗ । ପଦ୍ମପୁର- ରାଜବୋଡ଼ାସମ୍ବର ବ୍ଲକର ଅନ୍ବେଷା ହଷ୍ଟେଲ ଖେଳପଡ଼ିଆ ଠାରେ ହଜାର ହଜାର ସମବେତ ଜନତା ଓ ମାତୃଶକ୍ତିଙ୍କ ଉପସ୍ଥିତିରେ ମାନ୍ଯବର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ଯମରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ଯକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ମାଧ୍ଯମରେ ବରଗଡ଼ ଜିଲ୍ଲା ପାଇଁ ୧୨୬ କୋଟି ୫୦ ଲକ୍ଷ ଟଙ୍କା ବ୍ଯୟରେ ୩ ହଜାର ୧୩୫ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ଯକାରୀ ହେବ। ପଦ୍ମପୁର ଉପଖଣ୍ଡରେ ଜନସାଧାରଣଙ୍କ ବିପୁଳ ଉତ୍ସାହ ମଧ୍ୟରେ ବିଭିନ୍ନ ବ୍ଲକରେ ଆଭାସୀ ମାଧ୍ଯମରେ ଏହି କାର୍ଯ୍ଯକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ଯମନ୍ତ୍ରୀ । ପ୍ରତି ପଞ୍ଚାୟତରେ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନକୁ ସଶକ୍ତ ଓ ସମୃଦ୍ଧ କରିବାକୁ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ଐତିହାସିକ ଯୋଜନା ଆମ ଓଡ଼ିଶା ନବୀନ ଓଡ଼ିଶା । ଏହି ଯୋଜନା ସହ ଏହି ଅଂଚଳର ବିକାଶର ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଯୋଜନା ମାଧ୍ୟମରେ ପ୍ରତି ପଞ୍ଚାୟତର ବିକାଶ ପାଇଁ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଆମ ଓଡିଶା ନବୀନ ଓଡିଶା ମାଧ୍ଯମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟସ୍ଥଳରୀ ସଂରକ୍ଷଣ କରାଯିବ । ଡିଜିଟାଲ ଭିତ୍ତିଭୂମି, ବିଜ୍ଞାନକେନ୍ଦ୍ର, ଦକ୍ଷତା ବିକାଶ, ବ୍ୟାଙ୍କିଂ ଆଦି କ୍ଷେତ୍ରକୁ ବିକଶିତ କରି ସବୁ ବର୍ଗଙ୍କ ପାଇଁ ଅମାପ ସୁଯୋଗ ସୃଷ୍ଟି ହେବ । ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ଓ ସଂସ୍କୃତି ସଚେତନ ଅଂଚଳ ଭାବେ ପଦ୍ମପୁର ଉପଖଣ୍ଡ ପରିଚୟକୁ ଆହୁରି ଉଜ୍ବଳ କରିବ ବୋଲି ଜନସାଧାରଣ ମତପ୍ରକାଶ କରିଛନ୍ତି। ପଦ୍ମପୁର ଉପଖଣ୍ଡର ପାଇକମାଲ, ଝାରବନ୍ଧ, ଗାଇସିଲାଟ, ବିଜେପୁର ଓ ସୋହେଲା ବ୍ଲକରେ ମଧ୍ଯ ପ୍ରବଳ ଜନସମାଗମ ମଧ୍ୟରେ ବହୁଚର୍ଚ୍ଚିତ “ଆମ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ଯକ୍ରମର ଶୁଭାରମ୍ଭ ହୋଇଛି । ପାଇକମାଲ ରେ ଏହି କାର୍ଯ୍ୟକ୍ରମ ରେ ବିଧାୟିକା ବର୍ଷା ସିଂ ବରିହା ନିଜର ବକ୍ତବ୍ଯ ଦ୍ବାରା ନିର୍ବାଚନମଣ୍ଡଳୀ ର ସମସ୍ତ ଜନସାଧାରଣଙ୍କ ତରଫରୁ ମୁଖ୍ଯମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave A Reply

Your email address will not be published.