ଘୁ.ଉଦୟଗିରିରେ ବେଧଡକ ମୁରୁମ ଚୋରା ଚାଲାଣ, ନିରବ ପ୍ରଶାସନ.

0 2

କନ୍ଧମାଳ (ଗଗନ କୁମାର ପ୍ରଧାନ): ଘୁ.ଉଦୟଗିରି ଅଞ୍ଚଳରେ ମୁରୁମ ମାଫିଆ ସକ୍ରିୟ ହୋଇ ଉଠି ଥିବା ବେଳେ ସ୍ଥାନୀୟ ପ୍ରଶାସନ ନିଷ୍କ୍ରିୟ ଥିବା ଦେଖା ଦେଇଛି I କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ. ଉଦୟଗିରି ଠାରେ ଦିନକୁ ଦିନ ମୁରୁମ ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବା ସହ ଅବାଧ ମୁରୁମ ଚୋରା ଚାଲାଣ ହେଉ ଥିବା ଅଭିଯୋଗ ହୋଇଛି I ହେଲେ ନିରବ ରହିଛି ସ୍ଥାନୀୟ ରାଜସ୍ୱ ବିଭାଗ I ଏହା ରାଜସ୍ୱ ବିଭାଗ କର୍ମଚାରୀ ଓ ମୁରୁମ ମାଫିଆଙ୍କ ମଧ୍ୟରେ ଯୋଜନାବଦ୍ଧ ମଧୁ ଚନ୍ଦ୍ରିକା ବୋଲି ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି I ସୂଚନା ଅନୁସାରେ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟ ଓ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ପାଖରୁ କିଛି ବର୍ଷ ପୂର୍ବେ ଲକ୍ଷ ଲକ୍ଷ ଟଙ୍କାର ମୁରୁମ ଚୋରା ଚାଲାଣ କରୁଥିଲେ I ହେଲେ ସେଠାରେ ବନବିଭାଗ ତରଫରୁ କୁତ୍ରିମ ଜଙ୍ଗଲ ସୃଷ୍ଟି କରାଯିବା ପରେ ସେଠାରୁ ମାଫିଆମାନେ ମୁରୁମ ଚୋରା ଚାଲାଣ ବନ୍ଦ କରିଥିଲେ I କିଛି ଦିନ ହେବ ପୁନଃର୍ବାର ଆଦର୍ଶ ବିଦ୍ୟାଳୟ ପାର୍ଶ୍ଵରୁ ରାତ୍ରି ସମୟରେ ମାଫିଆ ମାନେ ଟ୍ରକ ଟ୍ରକ ମୁରୁମ ଚାଲାଣ କରି ଗାତକୁ ପଥର ଓ ମାଟି ପକାଇ ପୋତି ଦେଇ ଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି I ହେଲେ ଏହି ମୁରୁମ ଚାଲାଣ ପାଇଁ ସ୍ଥାନୀୟ ରାଜସ୍ୱ ବିଭାଗ କାର୍ଯ୍ୟାଳୟ ଠାରୁ ଅନୁମତି ନେଇଛନ୍ତି କି ମାଫିଆ ?? ଏହି ମୁରୁମ ଚାଲାଣ ପାଇଁ ରାଜସ୍ୱ ବିଭାଗ କାର୍ଯ୍ୟାଳୟ ପାଖରେ ରୋୟାଲୀଟି ପୌଠ କରିଛନ୍ତି ?? ଯଦି ପୌଠ କରିଛନ୍ତି ରାତି ଆଧିଆ କାହିଁକି ମୁରୁମ ଚାଲାଣ ହେଉଛି ?? ଏହି ସବୁ ପ୍ରଶ୍ନ ଅଞ୍ଚଳ ବାସୀଙ୍କ ମଧ୍ୟରେ ଉଙ୍କି ମାରୁ ଥିବା ଦେଖା ଦେଇଛି I ତେଣୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀଙ୍କ ଵିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା I ଏନେଇ ଗଣମାଧ୍ୟମ ପ୍ରତିନିଧି ସ୍ଥାନୀୟ ତହସିଲଦାରଙ୍କ ଫୋନ ଯୋଗେ ମତାମତ ଗ୍ରହଣ କରିଥିଲେ I ମୁରୁମ ଚାଲାଣ ଘଟଣା ସମ୍ପର୍କରେ ଅବଗତ ନ ଥିବା ସ୍ଥାନୀୟ ତହସିଲଦାର ପ୍ରତିକ୍ରିୟା ଦେଇଛନ୍ତି I ଟ୍ରାକ୍ଟର ପଂଚର ହେବାରୁ ମୁରୁମ ଚାଲାଣକାରୀ ଟ୍ରାକ୍ଟର ସେଠାରେ ଛାଡ଼ି ଚାଲି ଯାଇଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି I ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ନା ନାହିଁ ସେ ସମ୍ପର୍କରେ ସୂଚନା ମିଳି ପାରି ନାହିଁ I

Leave A Reply

Your email address will not be published.