ପଦ୍ମପୁର/ନିଲ ଦୀପ -ପଦ୍ମପୁର ସହର ସ୍ଥିତ ରିକ୍ରିଏସନ ସେଣ୍ଟର ଠାରେ “ମୁଁ ହିରୋ” କାର୍ଯ୍ୟକ୍ରମ ରାଜବୋଡାସମ୍ବର ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ଏଲିଜା ମିଶ୍ରଙ୍କ ଅଧ୍ୟକ୍ଷତାରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ ପଦ୍ମପୁର ତହସିଲଦାର ଶ୍ରୀମତୀ ସରୋଜିନୀ ପ୍ରସନ୍ନ କୁଲୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ମୁଁ ହିରୋ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଉପରେ ଆଲୋଚନା କରିବା ସହିତ ବିଜୁ ଯୁବ ବାହିନୀ ଗଠନର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ ।ସମ୍ମାନୀତ ଅତିଥି ଭାବରେ ରାଜବୋଡାସମ୍ବର ଏବିଡିଓ ସୋନୁ ବାଗ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ର ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅଶୋକ କୁମାର ପାତ୍ର ଯୋଗଦାନ କରି ତାଙ୍କର ମତାମତ ପ୍ରଦାନ କରିଥିଲେ ।ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୄରୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ,ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ରଜନୀକାନ୍ତ ବହିଦାରଙ୍କ ସମେତ ବହୁ ଯୁବ ବାହିନୀର ସଦସ୍ୟ, ସହରର ମାନ୍ୟଗନ୍ୟ ବ୍ୟକ୍ତି,ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ତଥା ଜନସାଧାରଣ ଯୋଗଦେଇଥିଲେ।ବିଜୁ ଯୁବ ବାହିନୀର ସଦସ୍ୟ ମାନେ କାର୍ଯ୍ୟକ୍ରମ କୁ ପରିଚାଳନାରେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post