“ବ୍ୟାନ  ଅଫ୍ ପ୍ଲାଷ୍ଟିକ ଏଣ୍ଡ ଇଟସ୍ ଅଲଟରନେଟିଭ ୟୁଜ’ :ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମେନେଜମେଣ୍ଟ ପକ୍ଷରୁ  କର୍ମଶାଳା 

0

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ମହାରାଜପୁରସ୍ଥିତ ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମେନେଜମେଣ୍ଟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ପ୍ଲାଷ୍ଟିକ ନିଷେଧ ଓ ଏହାର ଉପଯୋଗ ସମ୍ପର୍କରେ ଏକ କର୍ମଶାଳା ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ ପୌରହିତ୍ୟରେ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମକୁ ମୟୂରଭଞ୍ଜ ଲୋକସଭା ସାଂସଦ ଇଂ. ରାମଚନ୍ଦ୍ର ହାଁସଦାଃ ମୁଖ୍ୟ ଅତିଥି ଭାବେ ଯୋଗଉଦ୍ଘାଟନ କରିବା ସହିତ ପ୍ଲାଷ୍ଟିକ ନିଷେଧ ଓ ଏହାକୁ ସଫଳ କରିବା ପାଇଁ ଯୁବ ବର୍ଗଙ୍କର ସଂକଳ୍ପର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ ଏବଂ ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମେନେଜମେଣ୍ଟର ଏହି କାର୍ଯ୍ୟକ୍ରମକୁ ସଫଳ କରିବାର ନିଆରା ପ୍ରୟାସକୁ ଭୂୟିଅସୀ ପ୍ରଶଂସା କରିଥିଲେ । ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଜାତୀୟ ପର୍ବତାରୋହୀ ତଥା ରିସର୍ଚ୍ଚର ପ୍ରସନ୍ନ ମିଶ୍ର ଯୋଗ ଦେଇ ପ୍ଲାଷ୍ଟିକର ବ୍ୟବହାର ମାନବ ଜାତି ଓ ପ୍ରକୃତି ନିମନ୍ତେ ସବୁଠାରୁ ବଡ ଆହ୍ୱାନ ବୋଲି ମତବ୍ୟକ୍ତ କରିବା ସହ ହିମାଳୟର ଗ୍ଲେସିୟର ପାଇଁ ପ୍ଲାଷ୍ଟିକ ଓ ବିଶ୍ୱ ତାପନ ଏକ ପ୍ରମୁଖ ସମସ୍ୟା ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବରେ  ବଳାଙ୍ଗୀ ମହୋତ୍ସବର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକ ଯୋଗ ଦେଇ ପ୍ଲାଷ୍ଟିକ ନିଷେଧକୁ ଛାତ୍ରଛାତ୍ରୀ ସର୍ବନ୍ତକରଣରେ ଗ୍ରହଣ କରିବାକୁ ଆହ୍ୱାନ ଜଣାଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ବରିଷ୍ଠ  ସାହିତି୍ୟକ ତଥା ପୂଜ୍ୟପୂଜାର ପ୍ରତିଷ୍ଠାତା ବିଜୟ ବାରିକ ଛାତ୍ର ସମାଜ ଆଗେଇ ଆସିଲେ ରାଜ୍ୟରେ ପ୍ଲାଷ୍ଟିକ ନିଷେଧକୁ ସଫଳ ହୋଇପାରିବ ଓ ଏହା ତାଙ୍କର ଧେୟ ହେବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ବରିଷ୍ଠ  ଶିକ୍ଷକ ନରସିଂହ ଚରଣ ବାରିକ କବିତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇଥିଲେ । ଅନ୍ୟତମ ଅତିଥି ଭାବରେ ଯୋଗଦେଇ ବାରିପଦା ବୋଇତ ବନ୍ଦାଣ ଉତ୍ସବର ପ୍ରତିଷ୍ଠାତା  ଉଗ୍ରେଶ୍ୱର ବେହେରା ଏହି ନିଆରା କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ମହାବିଦ୍ୟାଳୟର ଉପାଧ୍ୟକ୍ଷା ସଂଘମିତ୍ରା ରାଉତ ନିଜର ବହୁମୂଲ୍ୟ ବକ୍ତବ୍ୟ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମର ସଂଯୋଜକ ଅଧ୍ୟାପକ କୁମାରେଶ ନାୟକ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ମୀରା ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଆୟୋଜିତ ପୋଷ୍ଟର ପ୍ରତିଯୋଗିତାରେ ଛାତ୍ରୀ ଜ୍ୟୋତିପ୍ରଜ୍ଞା ଦାସବାବୁ ପ୍ରଥମ, ତେଜସ୍ୱିନୀ ବେହେରା ଦ୍ୱିତୀୟ, ଲକ୍ଷ୍ମୀପ୍ରିୟା ଖଣ୍ଡା ତୃତୀୟ ଓ ଫୁଲମଣୀ ମାଝୀ, ଚତୁର୍ଥ ସ୍ଥାନ ଅଧିକାର କରିଥିଲେ । ଏହି କାର୍ଯ୍ୟକ୍ରରେ ଅଧ୍ୟାପକ ମଦନ ମୋହନ ସାହୁ, ଗଣେଶ ଚନ୍ଦ୍ର ପରିଡା, ବିଜୟା ନାୟକ, ପଞ୍ଚାନନ ସାହୁ, ଶତାବ୍ଦୀକା ମହାନ୍ତି, ଅମୀର ମଲ୍ଲିକ, ଗୋପାଳ ଚନ୍ଦ୍ର ଦାସ, ଦୀପାଲି ଗୋଚ୍ଛାୟତ, ପୂଜାରିଣୀ ଦାସ, ସବିତା ଦାସ, ତୃପ୍ତି ଦାସ, ବିଭୂଦତ୍ତ ଗିରି, ରାମଚନ୍ଦ୍ର ଜେନା ପ୍ରମୁଖ ସହଯୋଗ କରିଥିଲେ ।

 

Leave A Reply

Your email address will not be published.