ଜିଲ୍ଲା ଓ ଦୌରା ଜଜ କାର୍ଯ୍ୟ।ଳୟ ପରିସରରେ “ସ୍ଵଚ୍ଛ ଭାରତ ଦିବସ” ପାଳିତ

0

ନୟାଗଡ଼,(ଲକ୍ଷ୍ମୀଧର ସାହୁ):ଆଜି ତଥା ଅକ୍ଟୋବର ୦୨ ତାରିଖକୁ ସମଗ୍ର ଭାରତ ବର୍ଷ ସ୍ୱଚ୍ଛ ଭାରତ ଦିବସ ରୂପେ ପାଳନ କରିଆସୁଅଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ଉଚ୍ଚ ନ୍ୟାୟଳୟଙ୍କ ନିର୍ଦେଶ କ୍ରମେ, ଜିଲ୍ଲା ଓ ଦୌରା ଜଜ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ ଆନନ୍ଦ ନାରାୟଣ ମହାରଣାଙ୍କ ନେତୃତ୍ବରେ ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ଜିଲ୍ଲା ଓକିଲ ସଂଘର ସଭାପତି ଏବଂ ସଦସ୍ୟଙ୍କ ସମେତ ଜିଲ୍ଲା ବିଚାରାଳୟ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମଚାରୀବୃନ୍ଦ ଉପସ୍ଥିତ ରହି ଏହି ବର୍ଷର ଲକ୍ଷ “ଆବର୍ଜନା ମୁକ୍ତ ଭାରତ” ସହିତ ବିଚାରଳୟ ପ୍ରାଙ୍ଗଣ ତଥା ପରିସର ପରିଷ୍କାର କରିଥିଲେ । ବିଭିନ୍ନ ପ୍ରକାର ସ୍ବଚ୍ଛତାମୂଳକ କାର୍ଯକ୍ରମ ତଥା ଆବର୍ଜନା ପାତ୍ରର ମରାମତି, ସମସ୍ତ ପାଇଖାନାଗୁଡିକର ପରିଚ୍ଛନ୍ନତାରା ସୁନିଶ୍ଚତତା, ବିଚାରଳୟର ଚତୁଃପାର୍ଶ୍ୱ ଆବର୍ଜନା ମୁକ୍ତ, ବିଚାରଳୟ ସଂଯୋଗ ପଥ ସ୍ବଚ୍ଛତା ଆଦି ନିଆ ଯାଇଥିଲା । ପରିଶେଷରେ, କିପରି ଏହି ଦିନର ମହତ୍ବ ତଥା ଏହି ସ୍ଵଚ୍ଛତାର ବାର୍ତ୍ତା ବର୍ଷର ସବୁଦିନ ବଜାୟ ରହି ପାରିବ ଏବଂ ଏଥିପାଇଁ ସମସ୍ତଙ୍କ ଚେଷ୍ଟା ଏବଂ ସହଯୋଗ ଏକାନ୍ତ କାମ୍ୟ ବୋଲି ଜିଲ୍ଲା ଓ ଦୌରା ଜଜ ବାର୍ତ୍ତା ରଖିଲେ । ପୁନ, ସମସ୍ତ ଭାଗୀଦାରୀଙ୍କୁ ନିଜର ଏବଂ ନିଜେ ରହୁଥିବା ପରିବେଶର ସ୍ଵଚ୍ଛତା ଉପରେ ସର୍ବଦା ଧ୍ୟାନ ରଖିବା ନିମନ୍ତେ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.