ପଦ୍ମପୁର :- ବାଦିମାଳ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି କାର୍ଯ୍ୟକ୍ରମ ” ବାଞ୍ଜେନମୁଣ୍ଡା କେ.ଆର.ପି ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l ସି.ଆର୍.ସି.ସି ଦେବାନନ୍ଦ ତୁରିଆ ଙ୍କ ସଂଯୋଜନାରେ ବାଦିମାଳ କ୍ଳଷ୍ଟରର ସମସ୍ତ ବିଦ୍ୟାଳୟର ୮୦ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ l ଉଦଘାଟନୀ ଉତ୍ସବରେ ବାଞ୍ଜେନମୁଣ୍ଡା ଉଚ୍ଚ ବିଦ୍ୟାଳୟ ଚେୟାରମ୍ଯାନ ଦୁଷ୍ମନ୍ତ ପଟେଲ ସଭାପତିତ୍ବ କରିଥିବା ବେଳେ ସମିତି ସଭ୍ୟ ପ୍ରତିନିଧି ଭବାନୀ ସାମିନୀ, ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜୟଦେବ ବେହେରା, ଝାଙ୍କରପାଳି ପ୍ରଧାନ ଶିକ୍ଷକ ହୀରାଲାଲ ନାଗ ଓ କେଆର୍ପି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଜାପତି ବାରିକ ଅତିଥି ଆସନ ଅଳଙ୍କୃତ କରିଥିଲେ l ଉଦଯାପନୀ ଉତ୍ସବରେ ଏବିଇଓ ରାମସିଂ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ l ଏହି ଉତ୍ସବରେ ଚକମକିଯୋରୀ ବିଦ୍ୟାଳୟ ର ଶିକ୍ଷକ ସରୋଜ କୁମାର ଷଡଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଜ୍ଞାନ ଶିକ୍ଷକ ବୁଦ୍ଧଦେବ ବଡଗୁଛିଆ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ଶେଷରେ ତେଣ୍ଡାପଦର ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ବିଶି ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଯୁଗଳ କିଶୋର ଭୋଇ, ରାଜେନ୍ଦ୍ର ଶାହା, ପ୍ରସନ୍ନ ମେହେର, ଚନ୍ଦ୍ର ଶେଖର ବାରିକ, ଅପରିମିତା ବାରିକ, ରଜନୀକାନ୍ତ ବାଗ, ପଲ୍ଲବୀ ହୋତା, ସୁବାସ ଚନ୍ଦ୍ର ନାଥ ପ୍ରମୁଖ ବିଚାରକ ଥିବା ବେଳେ ପ୍ରଦୀପ ସାହୁ ଭୋଜନ ଦାୟିତ୍ଵ ସମ୍ଭାଳିଥିଲେ l ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମନୋନୀତ ହୋଇଥିଲେ l
Sign in
Sign in
Recover your password.
A password will be e-mailed to you.