ଜଗତସିଂହପୁର,ତା-୨୯.୦୯.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହଠାରେ ”ଆନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ” ଓ ବିଶ୍ଵ ଜଳାତଙ୍କ ଦିବସ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ । ଦାଶଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଉକ୍ତ ସଭାରେ ଜିଲ୍ଲା ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ବାରିକ ସମସ୍ତଙ୍କୁ ସ୍ବାଗତ କରିଥିଲେ ଓ ଅଭିଭାଷଣରେ ଏହି ନିରାପଦ ଗର୍ଭପାତ ଦିବସ ପାଳନର ଆଭିମୁଖ୍ୟ ବିଷୟରେ କହିଥିଲେ ଅସୁରକ୍ଷିତ ଗର୍ଭପାତ ଯୋଗୁଁ ଅନେକ ମହିଳାମାନେ ଜରାୟୁ କର୍କଟ ରୋଗରେ ପୀଡିତ ହେଉଛନ୍ତି ଓ ଅକାଳରେ ମୁହଁମୁଖରେ ପଡୁଛନ୍ତି, ତେଣୁ ଗୋଷ୍ଠି ସ୍ତରରେ ସଚେତନତାକୁ ବ୍ୟାପକ କରିବା ଯେପରି ସରକାରୀ ଡାକ୍ତରଖାନାରେ ତାଲିମପ୍ରାପ୍ତ ଡାକ୍ତରଙ୍କ ଦ୍ବାରା ଗର୍ଭପାତ ନିୟମାଦଳୀ ଅନୁସାରେ କରାଇବା ଭଲ । ଗ୍ରାମାଞ୍ଚଳରେ ଆଶାକର୍ମୀ, ସ୍ବାସ୍ଥ୍ୟକର୍ମୀମାନେ ଏ ଦିଗରେ ଅଧିକରୁ ଅଧିକ ସଚେତନତା କରାଇବେ ଏବଂ ସୁରକ୍ଷିତ ଗର୍ଭପାତ କରାଇବାରେ ସାହାଯ୍ୟ କରିବେ । ଡାକ୍ତର ରବିନ୍ଦ୍ରନାଥ ପାଲ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଣଜ୍ଞ ଏକ ପାୱାର ପଏଣ୍ଟ ପ୍ରେଜେଣ୍ଟସନ ଦେଖାଇ ସୁରକ୍ଷିତ ଗର୍ଭପାତ କଲେ କିପରି ନିରାପଦ ଓ ଅସୁରକ୍ଷିତ ଗର୍ଭପାତ କିପରି ଭୟାନକ କ୍ଷତି କରେ ଏବଂ ଗର୍ଭପାତର ନିୟମାବଳୀସବୁ ବିଷୟରେ ବକ୍ତବ୍ୟ ରଖୁଥିଲେ । ରାଜ୍ୟସ୍ତରରୁ ଆଇପାସ ର ସେସିଆଲିଷ୍ଟ ନଳିନୀକାନ୍ତ ତ୍ରିପାଠୀ ଉପସ୍ଥିତ ରହି ଗର୍ଭପାତର ନିୟମାବଳୀ ବିଷୟରେ ଅଭିଭାଷଣ ରଖିଥିଲେ । ରଘୁନାଥପୁର ମଣିଜସ୍ଥା ଓ ଏରସମାର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଆଶା ଯେଉଁମାନେ ନିରାପଦ ଗର୍ଭପାତ କରାଇବାରେ ସହାୟକ ହୋଇଥିଲେ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା । ଡାକ୍ତର ରଶ୍ମିରଞ୍ଜନ ପଟ୍ଟନାୟକ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ରୋଗ ନିୟଂତ୍ରଣ ଜଳାନ୍ତକ ରୋଗ କୁକୁର, ବିଲୁଆ, ଗଧ୍ଵ, ନେଉଳ ବାଦୁଡ଼ି ପ୍ରଭୃତି ପ୍ରାଣୀକୁ ସଂକ୍ରମଣ କରୁଥିବା ଏକ ଭୁତାଣୁ ଜନିତ ରୋଗ, ସେଇ ସଂକ୍ରମିତ ପ୍ରାଣୀ ମନୁଷ୍ୟକୁ କାମୁଡ଼ିଲେ କିମ୍ବା ସେମାନଙ୍କର ଲାଲ ସଂସ୍ପର୍ଶରେ ଆସିଲେ ଏହି ରୋଗ ହୋଇଥାଏ । ପ୍ରତିବର୍ଷ ଆମ ଦେଶ ଭାରତରେ ପ୍ରତିବର୍ଷ 20 ହଜାର ବ୍ୟକ୍ତି ଜଳାନ୍ତକ ରୋଗରେ ମୁÁବରଣ କରୁଛନ୍ତି । ତେଣୁ ଏ ଦିଗରେ ସଚେତନତାକୁ ବ୍ୟାପକ କରିବା ଯଦି ଏଭଳି ପଶୁ କାମୁଡନ୍ତି ତେବେ ସେ ସ୍ଥାନକୁ ଭଲଭାବେ ସାବୁନ ଓ ଥଣ୍ଡା ପାଣିରେ ଧୋଇଦେବା ଓ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରରେ ପରାମର୍ଶ କରି ଜଳାନ୍ତକ ପ୍ରତିଷେଧକ ଟୀକା ନେବା ଉଚିତ । ଏହି ଟୀକା ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ମୟରେ ମାଗଣାରେ ଉପଲବ୍ଧ | ମହିମା କଲେଜ ଓ ନାରାୟଣୀ ସ୍କୁଲ ଅଫ ନସିଂର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଜଳାନ୍ତକ ରୋଗ ବିଷୟରେ ଏକ କୁଇଜ ପ୍ରତିଯୋଗିତା କରା ଯାଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା । ଜିଲ୍ଲା ସ୍ତରରୁ ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ସଭା ପରିଚାଳନା କରିଥିଲେ । ଜିଲ୍ଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଚଳା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସଭାରେ ଜିଲ୍ଲାସ୍ତରରୁ “ମେଡିକାଲ ଅଫିସର ଅଣସଂକ୍ରମକ ରୋଗ ଡାକ୍ତର ଆଶିଷ ନାୟକ, ଏପିଡେମିଓଲୋଜିଷ୍ଟ ଡାନ୍ତର ସ୍ମୃତିରଞ୍ଜନ ପଣ୍ଡା, ଆସିଷ୍ଟାଣ୍ଟ ମ୍ୟାନେଜର ଅନିତା ଦାଶ, ନସିଂ ଅଫିସର ଜ୍ୟୋତିର୍ମୟୀ ସାହୁ,ଅନିମା ବଳ, ମନୋରମା ଲେଙ୍କା, କାଉନସେଲର ସୁମିତା ରାଉଦ୍ ଡାଟା ମ୍ୟାନେଜର ପ୍ରଭାସ କୁମାର ବେହେରା ମେଡିଆ, ବନ୍ଧୁଗଣଙ୍କ ସମେତ ମହିମ ଓ ନାରାୟଣୀ, ସ୍କୁଲ ଅଫ ନସିଂର ପ୍ରିନସିପାଲ ଏବଂ ଛାତ୍ରଛାତ୍ରୀ, ଆଶାକର୍ମୀ, ସ୍ବାସ୍ଥ୍ୟକର୍ମୀ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post