ମଣିଷପଣିଆ ଦେଖାଇଲେ ବାଣପୁର ଥାନାଧିକାରୀ

0 2

ବାଣପୁର/ଖୋର୍ଦ୍ଧା:(ସେକ୍ କୌସର):  ବାଣପୁର ବଜାରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ବଜାରକୁ ଆସିଥିବା ଜଣେ ୫୫ ବର୍ଷ ବ୍ୟକ୍ତିଙ୍କର ଗୋଡ଼ ଉପରେ ଟ୍ରକ ଚଢିଯାଇଥିଲା। ଯାହାଫଳରେ ସେ ଗୁରୁତର ହୋଇ ରାସ୍ତା ମଝିରେ ପଡିରହିଥିବା ଦେଖିବାକୁ ମିଳିଥିଲା। ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ମଙ୍ଗରାଜପୁର ଗ୍ରାମର ସୁରେଶ ପ୍ରଧାନ।ଘଟଣା ସ୍ଥଳରେ ସୁରେଶ ରକ୍ତ ଜୁଡୁବୁଡୁ ହୋଇ ଗୁରୁତର ଅବସ୍ଥାରେ ପଡ଼ିଥିଲେ। ଉକ୍ତ ସମୟରେ ସେହି ବାଟ ଦେଇ ବାଣପୁର ଥାନାଧିକାରୀ ରମେଶ କୁମାର ଦେବତା ଯାଉଥିବା ବେଳେ ଏହା ଦେଖି ସଙ୍ଗେସଙ୍ଗେ ନିଜ ଗାଡ଼ିରୁ ଓହ୍ଲାଇ ନିଜ ଟିମ ସହ ଗୁରୁତର ଆହତ ହୋଇଥିବା ସୁରେଶଙ୍କୁ ବାଣପୁର ମେଡିକାଲ ନେଇଥିଲେ।ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ସୁରେଶଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରଣ କରିଛନ୍ତି। ତେବେ ବାଣପୁର ଆଇଆଇସି ଙ୍କ ଉକ୍ତ କାର୍ଯ୍ୟକୁ ଜନସାଧାରଣ ଭୁୟସୀ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.