ବେଲଗୁଣ୍ଠା–(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ପୋଲିସକୁ ମିଳିଛି ବଡ ସଫଳତା ।ଏକ ପେଟ୍ରୋଲ ପମ୍ପରେ ଡକାୟତି କରିବା ପାଇଁ ଯୋଜନା କରୁଥିବା ବେଳେ ଚଢାଉ କରି ୪ ଜଣକୁ ଗିରଫ କରିବା ସହିତ ମାରଣାସ୍ତ୍ର ଜବତ କରିଛି । ପୋଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,ଗତ ୨୪ ତାରିଖ ଦିନ ବେଲଗୁଣ୍ଠା ଥାନା ସବ୍ ଇନ୍ସପେକ୍ଟର ତଥା ସେକେଣ୍ଡ ଅଫିସର ଅଭୟ କୁମାର ପ୍ରଧାନ ରାତି ଗୋଟାଏ ବେଳେ ପୋଲିସ୍ ଟିମ୍ ସହିତ ପେଟ୍ରୋଲିଂ କରୁଥିବା ବେଳେ,ଆମ୍ବପୁଆ ନିକଟସ୍ଥ ବୁଗୁଡ଼ା ରୋଡ୍ ରେ କିଛି ଅସାମାଜିକ ବ୍ୟକ୍ତି ଡ଼କାୟତ ଯୋଜନା କରୁଥିବା ଖବର ପାଇଥିଲେ ।ଏ ନେଇ ବେଲଗୁଣ୍ଠା ଥାନାଧିକାରୀ ବନବିହାରୀ ପ୍ରଧାନଙ୍କୁ ଜଣାଇବା ସହିତ ତାଙ୍କ ନିର୍ଦ୍ଦେଶରେ ପୋଲିସ ଷ୍ଟାଫ୍ ସହିତ ସଦଳବଳେ ବେଲଗୁଣ୍ଠା ଥାନା ଅର୍ନ୍ତଗତ ଆମ୍ବପୁଆ ପଞ୍ଚାୟତ କାର୍ଯ୍ୟାଳୟ ନିକଟସ୍ଥ ବୁଗୁଡ଼ା ରାସ୍ତାରେ ଏକ ପରିତ୍ୟକ୍ତ ଘର ନିକଟରେ ଡକାୟତି ଯୋଜନା କରୁଥିବା ଜାଣିପାରି ସ୍ଥାନକୁ ଚାରିଆଡୁ ଘେରାଉ କରିଥିଲେ । ସେଠାରେ ୫ ଜଣ ବସିଥିବା ସହ ମାରଣାସ୍ତ୍ର ଥିବା ଦେଖିଥିଲେ । ପୋଲିସକୁ ଦେଖି ଜଣେ ଅନ୍ଧାରର ସୁଯୋଗ ନେଇ ଦୌଡ଼ି ପଳାଇଥିବା ବେଳେ ଆଉ ୪ ଜଣକୁ ପୋଲିସ ଘଟଣାସ୍ଥଳରେ କାବୁ କରିଥିଲେ । ସେମାନଙ୍କ ନିକଟରୁ ଗୋଟିଏ ମୋବାଇଲ ଫୋନ୍,ଦୁଇଟି କଟୁରୀ, ଗୋଟିଏ ଆପାଚୀ ମୋଟର ସାଇକେଲ ଓ ଗୋଟିଏ ଦେଶୀ ବନ୍ଧୁକ ଜବତ କରିବା ସହିତ ବେଲଗୁଣ୍ଠା ଥାନା ଅର୍ନ୍ତଗତ ଆମ୍ବପୁଆର ବାବୁ ମହାପାତ୍ର (୨୮), ଜଗନ୍ନାଥ ପ୍ରସାଦ ଥାନା ଅର୍ନ୍ତଗତ କନ୍ଧନୂଆପଲୀ ର ଲବ ରାଉତ(୨୫), ଓଡ଼ଗାଁ ଥାନା ଅର୍ନ୍ତଗତ ରୋହିବାଙ୍କର ମାନସ ବେହେରା (୨୪), ଭଞ୍ଜନଗର ଥାନା ଅର୍ନ୍ତଗତ ବାଉଁଶଲୁଣ୍ଡି ଗ୍ରାମର ସୁନିଲ୍ ପ୍ରଧାନ(୨୮) ଙ୍କୁ ଗିରଫ କରିଥିଲେ । ଜେରା ବେଳେ ସେମାନେ ବିଳମ୍ବିତ ରାତ୍ରରେ ବେଲଗୁଣ୍ଠା ଜଗନ୍ନାଥ ପ୍ରସାଦ ରୋଡ୍ ପେଟ୍ରୋଲ ପମ୍ପରେ ଡକାୟତି କରିବା ପାଇଁ ଯୋଜନା କରୁଥିବା ପ୍ରକାଶ କରିଥିବା ବେଳେ ଭାରତୀୟ ପିଙ୍ଗଳ କୋଡ଼ ଧାରା ୩୯୯,୪୦୨, ବେଆଇନ ମାରଣାସ୍ତ୍ର ଅଧିନିୟମ ଅନୁଯାୟୀ ଧାରା ୨୫(୧-ବି)(ଏ) ଓ ୨୫(୫) ରେ କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ବନବିହାରୀ ପ୍ରଧାନ ପ୍ରକାଶ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.