ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ଦିବସ ୨୦୨୩ ପାଳନ ପାଇଁ ପ୍ରସ୍ତୁତି ବୈଠକ-

0

ସୁବର୍ଣ୍ଣପୁର : ତା ୨୫.୦୯.୨୦୨୩:,(ଆର୍ତ୍ତତ୍ରାଣ ମହାପାତ୍ର)- ଆଜି ତା ୨୫.୦୯.୨୦୨୩ ରିଖ ରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ରେ ତା 01/10/23 ରେ ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ଦିବସ ୨୦୨୩ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ସରକାର ଙ୍କ କାର୍ଯ୍ୟସୂଚୀ ଅନୁସାରେ ପ୍ରତ୍ୟେକ ଟି ବିଷୟ ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ବରିଷ୍ଠ ନାଗରିକ ଦିବସ ପାଳନ କୁ ସୁଚାରୁ ତଥା ବ୍ୟବସ୍ଥିତ ଭାବେ ପାଳନ କରିବା ଉପରେ ଜିଲ୍ଲାପାଳ ବିମଳେନ୍ଦୁ ରାୟ ଗୁରୁତ୍ୱାରୋପ କରିବା ସହିତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡଙ୍ଗୀ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ ।

ଏହି ବୈଠକ ରେ ବରିଷ୍ଠ ନାଗରିକ ସଂଘ ସୋନପୁର ଏବଂ ବିରମହାରାଜପୁର ର କାର୍ଯ୍ୟକର୍ତ୍ତା ଏବଂ ବରିଷ୍ଠ ନାଗରିକ ଗୋରଖ ନାଥ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ଜିଲ୍ଲା ର ସମସ୍ତ ଗୋଷ୍ଠି ସାମାଜିକ ସୁରକ୍ଷା ଅଧିକାରୀ, ସାଧାରଣ ସଚିବ ରେଆର ସୋନପୁର,ବରିଷ୍ଠ ନାଗରିକ ସଂଘ କାର୍ଯ୍ୟକର୍ତ୍ତା ,ଏନ.ଆର.ଡିସି ତରଭା ପ୍ରମୁଖ ଯୋଗ ଦେଇ ତାଙ୍କର ମତାମତ ରଖିଥିଲେ। ଗୋଷ୍ଠି ସାମାଜିକ ସୁରକ୍ଷା ଅଧିକାରୀ ତରଭା ପ୍ରଭାସ କୁମାର କର୍ଣ୍ଣ ଧନ୍ୟବାଦ ପ୍ରଦାନ କରିଥିଲେ।

Leave A Reply

Your email address will not be published.