ମୋଟରସାଇକେଲ ଚୋରକୁ କାବୁ କରି ପୋଲିସକୁ କଲେ ହସ୍ତାନ୍ତର ସ୍ଥାନୀୟ ଜନତା ।

0

ସାରସକଣା :: ଶାସକ ପ୍ରଶାସକ ମୟୁରଭଂଜ ଜିଲ୍ଲାର ଝାରପୋଖରିଆ ଅଞ୍ଚଳରେ ପୂର୍ବରୁ ସାଇକେଲ ଏବଂ ମୋଟରସାଇକେଲ ଚୋର ମାନଙ୍କ ଉତ୍ପାତ ଥିବାବେଳେ ଗତ ମଙ୍ଗଳବାର ଦିନ ସ୍ଥାନୀୟ ଝାରପୋଖରିଆ ବଜାର ସାପ୍ତାହିକ ହାଟ ହେଉଥିବା ବେଳେ ଲୋକମାନେ ଏକ ମୋଟରସାଇକେଲ ଚୋର କୁ ଧରି ପୋଲିସ କୁ ହସ୍ତାନ୍ତର କରିଥିଲେ । ତେବେ ପୋଲିସ ଚୋର କୁ ଗିରଫ କରିବା ସହିତ ଥାନାରେଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ ଝାରପୋଖରିଆ ହାଟକୁ ସାମଗ୍ରୀ କିଣିବାକୁ ଆସିଥିବା ସାର୍ଜନ ମୁଣ୍ଡା ନାମକ ଏକ ବ୍ୟକ୍ତି ତାଙ୍କ ନିଜ OD-11D-୭୪୬୩ ନମ୍ବର ବିଶିଷ୍ଟ ହୀରୋହୋଣ୍ଡା ମଟର ସାଇକେଲ ଟି ରଖି ସାମଗ୍ରୀ କିଣୁଥିବା ସମୟରେ ଜଣେ ଦୁର୍ବୃତ୍ତ ମଟର ସାଇକେଲ ଟିକୁ ଚୋରୀ କରି ନେଇ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ମଟର ସାଇକେଲ ମାଲିକ ତାହା ଦେଖି ପାଟି କରିଥିଲେ । ପାଟି ଶୁଣି ସ୍ଥାନୀୟ ଲୋକେ ଚୋରକୁ ଧରିବାରେ ସଫଳ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ଝାରପୋଖରିଆ ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳକୁ ଆସି ଦୁର୍ବୃତ୍ତ ଜଣକୁ ଗିରଫ କରି ଥାନା କୁ ନେଇ ଯାଇଥିଲେ।ତେବେ ଦୁର୍ବୃତ୍ତ ଜଣକ ହେଲେ ବାଙ୍ଗିରୀପୋଷୀ ବ୍ଳକ୍ ଅନ୍ତର୍ଗତ ଅସନା ଗ୍ରାମର ଵିନୋଦ ସିଂ ଙ୍କ ପୁଅ ହରୀମୋହନ ସିଂ ବୋଲି ଜଣା ପଡ଼ିଥିବା ବେଳେ ତାଙ୍କୁ ଥାନା କେସ ନମ୍ବର ୨୩୧/୨୩ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ ପ୍ରକାଶ କରିଛନ୍ତି।

ମୟୂରଭଞ୍ଜ ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ

Leave A Reply

Your email address will not be published.