ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଯୁକ୍ତ ତିନି ମହିଳା ମହାବିଦ୍ୟାଳୟ ପରିସରରେ ସ୍ବେଚ୍ଛାଚିତ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଛି। ଯୁକ୍ତ ତିନିର ପ୍ରଥମବର୍ଷର ଓଡିଆ ଅନର୍ସ ଛାତ୍ରୀଗଣ ସ୍ଵଇଚ୍ଛାରେ କଲେଜ ପରିସରରେ ଅନାବନା ଗଛ ସଫା କରିବା ସହ ଆବର୍ଜନା ଗୁଡିକୁ ଏକାଠି କରି କଲେଜର ସମସ୍ତଙ୍କର ପ୍ରିୟପାତ୍ରୀ ହୋଇପାରିଛନ୍ତି।
ଏହା ଦେଖି ଅଧ୍ୟକ୍ଷା ଡଃ ରୀନା ସାହୁ ଭାବବିହ୍ବଳ ହୋଇ ଛାତ୍ରୀମାନଙ୍କୁ ସାଧୁବାଦ ଜଣାଇବା ସହ ନିଜେ ବି ଏଥିରେ ଭାଗ ନେଇଥିଲେ । ସେ କହିଛନ୍ତି ଯେ- ଯଦି ସମସ୍ତ ଛାତ୍ରୀଙ୍କର ଏମିତି ଭାବ ରହିବ, ତେବେ ନିଶ୍ଚୟ ସେମାନେ ସୁନ୍ଦର ଆବର୍ଜନାମୁକ୍ତ କଲେଜକୁ ଗଢିକରି ତୋଳିପାରିବେ। ଏମାନେ ହିଁ ଦେଶର ଭବିଷ୍ୟତ । ସରସ ସୁନ୍ଦର ଆବର୍ଜନାମୁକ୍ତି ପାରଳାକୁ ଗଢିତୋଳିବା ପାଇଁ ପ୍ରେରଣା ଦେବେ।
Sign in
Sign in
Recover your password.
A password will be e-mailed to you.
Next Post